STORYMIRROR

Umashankar Satpathy

Romance

3  

Umashankar Satpathy

Romance

ତୁମ ପାଇଁ ପଦେ

ତୁମ ପାଇଁ ପଦେ

1 min
247


କବି ନୁହେଁ କେବେ, 

ନୁହେଁ ମୁଁ ଗୀତିକାର

କାହିଁକି ମୁଁ କରେ ଏଠି 

କବିତାର କାରବାର

ନିଜକୁ ଚାପିନି କେବେ, 

ଉଠେ ଯେବେ 

ଶବ୍ଦରେ ଅତ୍ୟାଚାର 

ଦେଇନି କବର କେବେ ଭାବନାକୁ !


ନିଲାମ ବି କରିନି ସତ୍ତାକୁ

ସ୍ଵାଭିମାନ ବଞ୍ଚେଇ ରଖିଛି

କେବଳ ଖୋକିଛି 

ନୂଆ ଉଦ୍ଭାବନ

ପ୍ରେୟସୀ ଗଭାର ସମ୍ଭାର

ଜାଣିଛି କବିର ପ୍ରଗଲ୍ଭା ମନକୁ

ନାୟିକା ବଦଳେ ସିନା

ପ୍ରତି କବିତାରେ

ମନର ନାୟିକା ସିଏ 

ସଦା ଥାଏ ସ୍ଥିର

ସ୍ପନ୍ଦନ ଚେତାଏ 

ପ୍ରତି ପ୍ରଶ୍ୱାସରେ

ମଣିଷର ଦେହ ମନ 

ବେଭାର ଆଚାର 

ସ୍ମୃତି ଅବା ବିସ୍ମୃତିରେ

କବିତା ଛାଇରେ ଖୋଜେ 

ପ୍ରତିଦିନ ନୂଆ ଆବିଷ୍କାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance