STORYMIRROR

Umashankar Satpathy

Romance

3  

Umashankar Satpathy

Romance

ଭଲପାଇଥିଲି ବୋଲି ତ

ଭଲପାଇଥିଲି ବୋଲି ତ

1 min
240


କିଛି ଏମିତି ସମୀକରଣ 

ଯାହା କି ବୀଜଗଣିତ ପ୍ରଶ୍ନାବଳୀର ଶେଷରେ ଥିଲା

କେବଳ ଛାଡ଼ିଦେଇଥିଲି 

ରାତ୍ରିର ଦ୍ୱିତୀୟ ପ୍ରହରରେ

କାଳେ ,

ତମ ପ୍ରେମର ଗଙ୍ଗଶିଉଳି 

ମୋ ଜୀବନର ସର୍ବସ୍ବ ହେଇଯିବ

କିନ୍ତୁ କଣ ହେଲା !

ଅରୁଣ ଆସିଲା ପୂର୍ବରୁ 

ହିଁ ଝଡ଼ି ଯାଇଥିଲା ସବୁକିଛି

ତଥାପି ସେଇ ରାତିର ବାସ୍ନା ଭରି ଦେଇଥିଲା 

ଆଶ୍ଵାସନା ଯେ, 

ସବୁ ସୁଧୁରି ଯିବ 

କାଳେ ଋତୁଚକ୍ରରେ 

ସମୟର ପବଜି ଖେଳରେ,.

ଆଜି ହିସାବ କରିବ କିଏ ?

କୁହ ! 

ଅସମ୍ଭବର ପରଦା ପଛରୁ !

ଝରକା ସେପଟ ଜହ୍ନ ମୁଁ 

ପୁଣି କେବେ ଭେଟିବା

ନିୟତି ଚାହିଁଲେ 

କିଛି ସମ୍ଭାବନାର ସ୍ବପ୍ନ ଦେଖିବା

ପୁଣି କିଛିଦିନ ମିଥ୍ୟା ପ୍ରତିଶ୍ରୁତିରେ ଜୀଇଁଯିବା,

ଫେରିବା ଆଗରୁ 

ପୁଣି କିଛି ସ୍ବପ୍ନକୁ ସଜେଇବା 

କାଳେ ଯିବ ଏସବୁ 

ଆମ ସାଥିରେ

ଯୁଇରୁ ଆଉଗୋଟେ 

ଏନ୍ତୁଡ଼ି ପର୍ଯ୍ୟନ୍ତ

ଏମିତି ଭାବୁଛି , ଭାବୁଥିବି

ଖାଲି ଭଲପାଇଥିଲି ବୋଲି ତ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance