ଶତରୂପା ସ୍ୱରୂପା
ଶତରୂପା ସ୍ୱରୂପା
ଶିଲାପଦ୍ମର ନାୟିକା ଗୋ ତୁମେ
ଧର୍ମପଦର କି କୋଣାର୍କେ
କାରୁବାକି ତୁମେ
ସ୍ୱରୂପା ମୋ ଶତରୂପା
ଲାସ୍ୟମୟୀ ଅରୁଣିମା
ଅପରୂପା ଅଭିପ୍ସା ଗୋ
ଚିବୁକ କମ୍ପନେ ସ୍ନେହ ସମ୍ପଦେ
ରଚିଦେଲ ହୃଦଘାତ
ସ୍ତନ ଯୁଗଳ ଯାହା
ଆମନ୍ତ୍ରଣ କରିଥିଲା ସେଦିନ
ଅଭିସାରିକା
ସୌଦାଗର ସାଜି
କିଣିଲ ମୋ ମନ
ଚାହୁଁ ଚାହୁଁ ସବୁ ମୁହୂର୍ତ୍ତ ଅପ୍ସରିଲା
କିଛି କହିବାର ଥିଲା
ଅନ୍ତର କଥା ଅନ୍ତେ ଅନ୍ତ ହେଲା
କିଛି କହିବାର ଥିଲା
ଖୋଜିଲ କି ତୁମେ !
ପ୍ରିୟତମା
କେଉଁ ଦେଶେ ଗଲ ତୁମେ
ବରଷି ଯିବକି ଅଙ୍ଗେ
ବାର୍ତ୍ତା ମୋର ନେଇ ସଙ୍ଗେ
ତୁମ ନାଭିଦେଶେ
ଚୁମିଯାନ୍ତି ଅବିଶ୍ରାନ୍ତେ ...
ଅକାରଣେ ଶ୍ରାବଣ ବି
ନଝୁରନ୍ତା ତୁମେ ।

