STORYMIRROR

Umashankar Satpathy

Romance

3  

Umashankar Satpathy

Romance

ଶତରୂପା ସ୍ୱରୂପା

ଶତରୂପା ସ୍ୱରୂପା

1 min
176


ଶିଲାପଦ୍ମର ନାୟିକା ଗୋ ତୁମେ 

ଧର୍ମପଦର କି କୋଣାର୍କେ

କାରୁବାକି ତୁମେ

ସ୍ୱରୂପା ମୋ ଶତରୂପା

ଲାସ୍ୟମୟୀ ଅରୁଣିମା

ଅପରୂପା ଅଭିପ୍ସା ଗୋ

ଚିବୁକ କମ୍ପନେ ସ୍ନେହ ସମ୍ପଦେ

ରଚିଦେଲ ହୃଦଘାତ

ସ୍ତନ ଯୁଗଳ ଯାହା 

ଆମନ୍ତ୍ରଣ କରିଥିଲା ସେଦିନ 

ଅଭିସାରିକା

ସୌଦାଗର ସାଜି

କିଣିଲ ମୋ ମନ 

ଚାହୁଁ ଚାହୁଁ ସବୁ ମୁହୂର୍ତ୍ତ ଅପ୍ସରିଲା 

କିଛି କହିବାର ଥିଲା

ଅନ୍ତର କଥା ଅନ୍ତେ ଅନ୍ତ ହେଲା

କିଛି କହିବାର ଥିଲା

ଖୋଜିଲ କି ତୁମେ ! 

ପ୍ରିୟତମା

କେଉଁ ଦେଶେ ଗଲ ତୁମେ

ବରଷି ଯିବକି ଅଙ୍ଗେ

ବାର୍ତ୍ତା ମୋର ନେଇ ସଙ୍ଗେ

ତୁମ ନାଭିଦେଶେ

ଚୁମିଯାନ୍ତି ଅବିଶ୍ରାନ୍ତେ ...

ଅକାରଣେ ଶ୍ରାବଣ ବି

ନଝୁରନ୍ତା ତୁମେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance