Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Umashankar Satpathy

Romance

3  

Umashankar Satpathy

Romance

ପ୍ରେମ

ପ୍ରେମ

1 min
178



ପ୍ରେମର କିରଣେ ଭିଜାଇ ପରାଣ

ପ୍ରେମର ଛାଇରେ ବସେ

ପ୍ରେମର ଗଭୀର ସାଗରେ ବିଭୋର

ପ୍ରେମର ଢେଉରେ ଭାସେ ।


ପ୍ରେମର ବାହୁରେ ହଜାଇ ନିଜକୁ

ପ୍ରେମର ଡେଣାରେ ଉଡ଼େ

ପ୍ରେମ ଝୁଲଣାରେ ଝୁଲୁଥାଏ ନିତି

ପ୍ରେମର କୋଳରେ ବଢ଼େ ।


ପ୍ରେମ ରାଇଜର ଯୁବରାଜ ହୋଇ

ପ୍ରେମର ସାମ୍ରାଜ୍ୟ ଗଢ଼େ

ପ୍ରେମର ଭୁଇଁରେ ବୀଜଟିଏ ହୋଇ

ପ୍ରେମ ଆକାଶରେ ଚଢ଼େ ।


ପ୍ରେମର ସମୀର ଛୁଇଁ ଯାଏ ଧିରେ

ପ୍ରେମ ମୁରଲୀର ସ୍ୱର

ପ୍ରେମର ଜଳଦ ସକାଳଠୁଁ ସଞ୍ଜ

ଭିଜାଏ ମନକୁ ମୋର ।


ପ୍ରେମର ଅଞ୍ଜନ ଘେନିଛି ନୟନ

ପ୍ରେମ ସସାଗରା ଧରା

ପ୍ରେମର ଭାବରେ ରହିଲେ ଅଭାବ

ତୁମେ ହିଁ କରିବ ପୂରା ।



Rate this content
Log in

Similar oriya poem from Romance