STORYMIRROR

Umashankar Satpathy

Romance

3  

Umashankar Satpathy

Romance

ସତ କହ ପ୍ରିୟାରେ

ସତ କହ ପ୍ରିୟାରେ

1 min
181


ପ୍ରିୟା !!

ଫାଇଲିନଠୁ ବି ଅଧିକ ଭୟଙ୍କର ତୋ କେଶର ଜୁଆରିଆ ଘୁର୍ଣ୍ଣନ 

ପ୍ରିୟା ମିଛ ମୁଁ କୁହେନି !!

କାଚକେନ୍ଦୁ ପରି ପାଣିଠୁ ବି ଅଧିକ ସ୍ୱଚ୍ଛ ତୋର ସେ ଜୀବନ୍ତ ନୟନ

ପ୍ରିୟାରେ !!

ତତେ ମୁଁ ମୋ ଶବ୍ଦରେ ଶୃଙ୍ଗାର କରେ ନିତିଦିନ ମୋ ସ୍ବପ୍ନିଳ ଦୁନିଆଁରେ

ତୁ ପରା ସେହି ସ୍ଵାଭିମାନୀ ପ୍ରିୟା

ଭାସିବୁଲୁ ମୋ କଳ୍ପନାରେ

ଯେବେ ମୁଁ ମୁଣ୍ଡରଖେ ଶିମିଲି ତକିଆରେ....

ଅନ୍ତହୀନ ଅପେକ୍ଷା ଶେଷରେ

ମିଳିଲୁ ତୁ ପ୍ରିୟା ଆଜି ଜନପଥ ରାସ୍ତାରେ

ତୁ ଭିଜିଲୁ ଯୋଉ ବର୍ଷାରେ

ମୁଁ ଭିଜିଲି ବି ସେଇ ବର୍ଷାରେ

ନଥିଲା ଛତା କାହା ପାଖରେ

ସତ କହ ପ୍ରିୟା ମୋ

ଥିଲେ କି ପ୍ରେମ ?

ଆମେ କଣ ଭିଜିଥାନ୍ତେ ବିନା ସ୍ପର୍ଶରେ !!

ନା, ମାପି ନଥାନ୍ତେ ଉତ୍ତାପ

କାହାଠି କେତେରେ !!

ସତ କହ ପ୍ରିୟାରେ ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance