STORYMIRROR

Umashankar Satpathy

Others

2  

Umashankar Satpathy

Others

ତରଙ୍ଗ

ତରଙ୍ଗ

1 min
85

ଅଝଟିଆ ମନମୋର

ବୁଢିଆଣୀ ଜାଲି

ଆଜି ଛିଣ୍ଡିଗଲେ ପୁଣି

ଯୋଡ଼ିଦିଏ କାଲି

ଚିକ୍ ଚିକ୍ ବେଳାବୁକେ

କେତେ ଯେ ଶାମୁକା

ଢେଉ ଭାବି ଚୁମିଯାଏ

ସତେ ମୋ ପ୍ରେମିକା

ଶ୍ରାବଣର ଝଡି ଭାବି

ମାଟି ଓଦା କରେ

ହେଲେ, ଛାତିରେ ତାତି କେତେ

ମାପି ମୁଁ ନପାରେ

ଏମିତିକା କେତେକଥା

କହି ପାରୁନାହିଁ

ସାହାସ ଥାନ୍ତା ଯଦି

କବିତା ଲେଖୁଛି କାହିଁ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍