ରଜ
ରଜ
ଜୋଛନା ଯଦି
ହୁଏ ମୋ ପ୍ରିୟା
ବିରହ ହିଁ ଅମାବାସ୍ୟା
ପ୍ରୀତିଲଗ୍ନାର ପୀରତି ପ୍ରିୟ
ଦେଖୁନି ଚକ୍ରବ୍ୟୁହ
ଓଦାଲୁଗାରେ ନିତମ୍ବ ତାର
ଢାଲ ମୋ ଲେଖା ଜାଣ
ରସସିକ୍ତର ଲାଳସା ହେଲା
ନାଁଟା ତା'ର 'ରଜ'
ଏ ସଜବାଜ ପ୍ରିୟା ମଉଜ
ଶତ ରୌଦ୍ରର ଝାଞ୍ଜି
ବୁଝୁଥିଲା ମନ
ଝୁରୁଥିଲା ପ୍ରେମ
କୋଉଠି ସେ ତପୋବନ
ଥରେ ମନର ସାନ୍ଧ୍ରତା ଜାଣି
ମଉଳା ସ୍ମୃତି ଜାଗିଲା ଶିହରଣ
ଶତ ସିଂହର ବଳ ଜାଗ୍ରତେ
ପରିଣତ ନୁହେଁ ସାକ୍ଷୀ
ଆଉଜି ପଡନ୍ତା ଯଦି ଜୟନ୍ତୀ
ଭୁଲି ଯାନ୍ତି କି ଶାନ୍ତି
ମୁଁ ଥିଲି ! କେବେ ନଥିଲି
ଅଛି ବି କାହାର ପତି ।