STORYMIRROR

Umashankar Satpathy

Romance

3  

Umashankar Satpathy

Romance

ପ୍ରେମ ନିରୁତ୍ତର

ପ୍ରେମ ନିରୁତ୍ତର

1 min
200

ଆଗପରି 

ପୁନେଇ ଜହ୍ନଟା 

ଏତେ ବି ଫୁଲେଇ ହେଉନି

କିଏ ବା ପଚାରେ ତାକୁ !

ଝୁରୁଛି ବା କିଏ

ସେ ନିରୋଳାପଣକୁ

ପ୍ରିୟର ଚିଠିକୁ 

ଲୁଚିଲୁଚି ପଢ଼ିବାର ଶ୍ରମ 

କିଏ ବି ଦେଇପାରୁଛି...

ଯଦି ଚିଠି ନାହିଁ

ତାହାଲେ ଜହ୍ନ ବି କାହିଁ !

ଜହ୍ନ ଆଜି ଜଗୁଆଳି

ଜ୍ୟୋତ୍ସ୍ନା ବି ଅଲୋଡ଼ା

କେବେଠୁ ଉଭେଇ ଗଲେଣି 

ଏମାନେ କବିତାରୁ

କଲମ ସ୍ୟାହିରୁ 

ସ୍ନିଗ୍ଧ ରମଣୀୟ ଓ 

ରୋମାଞ୍ଚିତ ଶୀତଳ ଶିହରଣ

ନିରୁର୍ଦ୍ଦିଷ୍ଟ ସେବେଠୁ 

ପ୍ରେମର ଫରୁଆ ଭିତରୁ

ଧମନୀ ଅଳିନ୍ଦରୁ

ଭୁଲ କଣ ନାୟିକାର 

ବୋଧେ କବିତାର !

ସାଥୀ ଆଜି ଅପହଞ୍ଚ 

ସଂଜ୍ଞାହୀନ ମୋହିନୀ କୋଳରେ

କି ସ୍ୱାଧୀନ ରଙ୍ଗମଞ୍ଚରେ !

ସଂଜ୍ଞା ସତେ ବଦଳିଛି ପ୍ରେମର

ଜହ୍ନ ବି ଭଗାରି 

ଜ୍ୟୋସ୍ନା ବି ସାତସ୍ୱପ୍ନ

ଅଜାଣତେ ଶ୍ୱାସରୁଦ୍ଧ 

ଭାବନାମାନେ ଏଠି

ଉତ୍ସୃଙ୍ଖଳ ଜୀବନ ସଂଘର୍ଷ

ରୂପାନ୍ତର ଶୈଳୀ ବଞ୍ଚିବାର

ଆଦ୍ରସିକ୍ତା ଭଗ୍ନତନୁ ପ୍ରିୟା 

ପ୍ରିୟ କିନ୍ତୁ 

ଲୋଡ଼େ ଶୁଷ୍କ ଆବରଣ

ପ୍ରୀତିଲଗ୍ନା ପୀରତି ଆଶାରେ

ବିରହର ସ୍ୱର ଯାଏ ଗାଇ

ଜଣେ ଓଦା ଜଣେ ତ ଶୁଖିଲା 

ସେଥିପାଇଁ ପ୍ରେମର ପା  

ଆଉ ଅର୍ଥ କିଛି ନାହିଁ ...

ଛଳନାଟା ବୋଧହୁଏ 

ପ୍ରଶସ୍ତ କାରଣ

ଅକାରଣ ଜୀବନର 

ମାନେ ଗୋଟେ ଅଧାକଷା 

ଜଟିଳ ସମୀକରଣ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance