ଫରକ୍ ଏତିକି
ଫରକ୍ ଏତିକି
କବିତା ଛଳରେ
କିଛି ମିଶ୍ର ଅନୁଭୂତି
ତାରୁଣ୍ୟର କିଛି ଶବ୍ଦ
ଖାଲି ଯୋଡ଼ିଛି ସେମିତି
ଦି ଘଡି ଦୁଲୁକିଲା
ସାରା ପ୍ରେକ୍ଷାଳୟ
ଶୁଷ୍କ ଜୀବନେ ଭରିଲେ
ପ୍ରେମର ମଳୟ
ଲଙ୍ଘିକୂଳ ରଚିଗଲେ
ବୈଶାଖୀର ଝଡ଼
ଗଢିଲେ ବସି ସେମାନେ
ଭାଙ୍ଗିଥିବା ନୀଡ଼
ଲୁଚିଥିଲା ଛାଇ କେବେ
ଘନ ଅନ୍ଧକାରେ
ବାରିଗଲେ ବାସ୍ନା ଏଠି
ପବନ ମୋଡରେ
ସାବିତ୍ରୀ ଝୁଲନ୍ତି ମିଛେ
ବାହୁ ବନ୍ଧନରେ
ଆଉଜି ପଡନ୍ତି ସିଏ
ଶବ୍ଦର ଝଙ୍କାରେ
ପରିଣତ ବୟସରେ ଦେଖେ
ଝଡ଼ଝଞ୍ଜା ନାହିଁ
ଆବାହୁତ ଅଭିପ୍ସାକୁ
ପାଇଲେ ଫେରାଇ
ସେଦିନର ରାତିଥିଲା
ପ୍ରଗଲଭା ଉଦାସୀ
କାଲିରାତି କିନ୍ତୁ ତାଙ୍କୁ
ଲାଗିନି ଉଆଁସୀ
ଲାର୍ଭା ହେଇ ଆସିଥିଲେ
ହେଲେ ପ୍ରଜାପତି
ଧନ୍ୟ ସେ ବାଣୀବିହାର
ଘେନ ମୋ ପ୍ରଣତି ।