STORYMIRROR

Umashankar Satpathy

Abstract

3  

Umashankar Satpathy

Abstract

ଫରକ୍ ଏତିକି

ଫରକ୍ ଏତିକି

1 min
176


କବିତା ଛଳରେ 

କିଛି ମିଶ୍ର ଅନୁଭୂତି

ତାରୁଣ୍ୟର କିଛି ଶବ୍ଦ 

ଖାଲି ଯୋଡ଼ିଛି ସେମିତି

ଦି ଘଡି ଦୁଲୁକିଲା

ସାରା ପ୍ରେକ୍ଷାଳୟ 

ଶୁଷ୍କ ଜୀବନେ ଭରିଲେ

ପ୍ରେମର ମଳୟ

ଲଙ୍ଘିକୂଳ ରଚିଗଲେ

ବୈଶାଖୀର ଝଡ଼

ଗଢିଲେ ବସି ସେମାନେ

ଭାଙ୍ଗିଥିବା ନୀଡ଼

ଲୁଚିଥିଲା ଛାଇ କେବେ

ଘନ ଅନ୍ଧକାରେ

ବାରିଗଲେ ବାସ୍ନା ଏଠି

ପବନ ମୋଡରେ

ସାବିତ୍ରୀ ଝୁଲନ୍ତି ମିଛେ

ବାହୁ ବନ୍ଧନରେ

ଆଉଜି ପଡନ୍ତି ସିଏ

ଶବ୍ଦର ଝଙ୍କାରେ

ପରିଣତ ବୟସରେ ଦେଖେ

ଝଡ଼ଝଞ୍ଜା ନାହିଁ

ଆବାହୁତ ଅଭିପ୍ସାକୁ

ପାଇଲେ ଫେରାଇ

ସେଦିନର ରାତିଥିଲା

ପ୍ରଗଲଭା ଉଦାସୀ

କାଲିରାତି କିନ୍ତୁ ତାଙ୍କୁ

ଲାଗିନି ଉଆଁସୀ

ଲାର୍ଭା ହେଇ ଆସିଥିଲେ

ହେଲେ ପ୍ରଜାପତି

ଧନ୍ୟ ସେ ବାଣୀବିହାର

ଘେନ ମୋ ପ୍ରଣତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract