STORYMIRROR

Disambar Meher

Romance

3  

Disambar Meher

Romance

ମୁଁ କବି ତୁମେ କବିତା

ମୁଁ କବି ତୁମେ କବିତା

1 min
14.5K


ପ୍ରେମ ସଂପର୍କକୁ ନେଇ

ଇଚ୍ଛା ହୁଏ ଲେଖିବାକୁ ଅନ୍ତର କଥା

ଭାବୁଥିଲି ଭାବନା ରାଇଜେ

ତୁମେ ଖୋଲିଦେଲ ହୃଦୟ ଖାତା

ମୁଁ କବି ହେଲେ

ତୁମେ ମୋ କବିତା ।।

ମଥାରେ ଟିକିଳି ବିନ୍ଦୁ

ଆଖିରେ କଜଳ ,ପାଦେ ଅଲତା

ଏକ ଲୟରେ ଚାହୁଁଥିଲି

ପଡୁ ନଥିଲା ଆଖିପତା

ମୁଁ କବି ହେଲେ

ତୁମେ ମୋ କବିତା ।।

ଓଠରେ ଝରୁଥିଲା ମୁକ୍ତା ହସ

ପ୍ରିୟା ତ ଲାଜକୁଳୀ ଲତା

ଭିଜୁଥିଲି ଝଡି ବର୍ଷାରେ

ତୁମେ ଢାଙ୍କିଦେଲ ପ୍ରେମର ଛତା

ମୁଁ କବି ହେଲେ

ତୁମେ ମୋ କବିତା ।।

ଟାଣି ନେଲା ମତେ

ମଧୁ ଭରା ଫୁଲର ମଧୁରତା

ସେ ସ୍ମୃତିରେ ଭାସି ଆଜି

ଲେଖୁଛି ପ୍ରେମର ବାରତା

ମୁଁ କବି ହେଲେ

ତୁମେ ମୋ କବିତା ।।

ଡିସେମ୍ବର ମେହେର

ନୂଆପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance