ମୁଁ କବି ତୁମେ କବିତା
ମୁଁ କବି ତୁମେ କବିତା
ପ୍ରେମ ସଂପର୍କକୁ ନେଇ
ଇଚ୍ଛା ହୁଏ ଲେଖିବାକୁ ଅନ୍ତର କଥା
ଭାବୁଥିଲି ଭାବନା ରାଇଜେ
ତୁମେ ଖୋଲିଦେଲ ହୃଦୟ ଖାତା
ମୁଁ କବି ହେଲେ
ତୁମେ ମୋ କବିତା ।।
ମଥାରେ ଟିକିଳି ବିନ୍ଦୁ
ଆଖିରେ କଜଳ ,ପାଦେ ଅଲତା
ଏକ ଲୟରେ ଚାହୁଁଥିଲି
ପଡୁ ନଥିଲା ଆଖିପତା
ମୁଁ କବି ହେଲେ
ତୁମେ ମୋ କବିତା ।।
ଓଠରେ ଝରୁଥିଲା ମୁକ୍ତା ହସ
ପ୍ରିୟା ତ ଲାଜକୁଳୀ ଲତା
ଭିଜୁଥିଲି ଝଡି ବର୍ଷାରେ
ତୁମେ ଢାଙ୍କିଦେଲ ପ୍ରେମର ଛତା
ମୁଁ କବି ହେଲେ
ତୁମେ ମୋ କବିତା ।।
ଟାଣି ନେଲା ମତେ
ମଧୁ ଭରା ଫୁଲର ମଧୁରତା
ସେ ସ୍ମୃତିରେ ଭାସି ଆଜି
ଲେଖୁଛି ପ୍ରେମର ବାରତା
ମୁଁ କବି ହେଲେ
ତୁମେ ମୋ କବିତା ।।
ଡିସେମ୍ବର ମେହେର
ନୂଆପଡା

