STORYMIRROR

Disambar Meher

Classics Fantasy Inspirational

3  

Disambar Meher

Classics Fantasy Inspirational

ପରିବର୍ତ୍ତନ ..........

ପରିବର୍ତ୍ତନ ..........

1 min
245

ଆଜି ଗାଁ ଦାଣ୍ଡ ନାହିଁ ଧୂଳି

ରୋଷେଇ ଘରେ ନାହିଁ ଚୁଲି 

ବାସିଖାଇ ବୁଢ଼ୀ ଆଣୁନି କୋଳି

ସହରୀ ପୁଅ ଗାଆଁକୁ ଗଲାଣି ଭୁଲି ।


ଜଲୁନି ଆଉ ଉମ୍ବେଇ ଜାଳ

ଆସିଲାଣି ଏବେ ମୋଟା କମ୍ବଳ

ବିରିଆନୀରେ ମନ, ଭୁଲିଗଲେଣି ବାସି ପଖାଳ 

ମିଛ ଏଠି ସଭିଙ୍କୁ ଲାଗେ ଭଲ, ସତ କହିଲେ ମହାକାଳ ।


ମେଳା ନାହିଁ କି ପରବ ନାହିଁ 

ଘରେ ବସିଛନ୍ତି ସଭିଏଁ ଟିଭିକୁ ଚାହିଁ

ସ୍ଵାର୍ଥ ସମାଜେ ସହଯୋଗ ସଂପର୍କ କାହିଁ 

ସବୁଠି ଛୁଇଁଛି ପରିବର୍ତ୍ତନର ଛାଇ, ପରିବର୍ତ୍ତନର ଛାଇ ।


Rate this content
Log in

Similar oriya poem from Classics