ପ୍ରେମ
ପ୍ରେମ
1 min
13.8K
ପ୍ରେମ ମିଳନର ଅନ୍ତ ନୁହେଁ
ପ୍ରେମ ଅତୃପ୍ତର ଅବଶୋଷ ନୁହେଁ
ପ୍ରେମ ଆକର୍ଷଣର ଅନ୍ତଃସତ୍ତ୍ଵା ନୁହେଁ
ପ୍ରେମ ଦୁଇଟି ଶରୀରର ବନ୍ଧନ ନୁହଁ
ପ୍ରେମ ତ ସ୍ନେହ, ମମତା, ଆନନ୍ଦ ଓ ଭଲପାଇବାର ନିଛକ୍ ପ୍ରତିଛବି
ହୃଦୟର ନିଆରା ଆବେଗ
ଦୁଇଟି ଆତ୍ମାର ମଧୁର ମୁହୁର୍ତ୍ତେ
ସେମାନେ ନିଭେଇଥିବା ପବିତ୍ର ସମ୍ପର୍କର
ଭାବାବେଗ
ହୃଦୟର ପ୍ରତିଟି ସ୍ପନ୍ଦନ
ପଞ୍ଚମନ ପଚିଶି ପ୍ରକୃତିର
ତ୍ୟାଗର ପ୍ରତିରୂପ
ପ୍ରେମ ଅନ୍ଧର ଆଖି
ବଧିରର ଶବ୍ଦ ଝଙ୍କାର
ଧରଣୀର ବିଶାଳ ହୃଦୟ
ଆଉ ଆକାଶର ଅମାପ ଦୀର୍ଘତା
ସମୁଦ୍ର ଭଳି ସ୍ଵଚ୍ଛତା
ଆଉ ଗଙ୍ଗା ଭଳି ନିର୍ମଳ
ପ୍ରେମ ଆଉ କ ଣ ?
ତୁମ ଆଉ ମୋ ଭିତରେ ଥିବା
ଏହି ନିଜୁଆପଣ ହିଁ ତ ପ୍ରେମ।

