Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ନୀଳ ଲଫାପାରେ ଚିଠି

ନୀଳ ଲଫାପାରେ ଚିଠି

1 min
346



ଶୁଣିଛି ମୁଁ ତୁମ ହୃଦୟର ସ୍ୱର

ନୀଳ ଲଫାପାକୁ ଖୋଲି

ଦେଖିଛି ତହିଁରେ ଗୋଲାପି ଚିଠି ମୁଁ

ସ୍ୟାହି ରଙ୍ଗ ଥାଏ ନାଲି I

ସେ ଚିଠିରେ ସଖା ଦେଖିଛି ତୁମର

ଛନ୍ଦହୀନ ଦୁଇ ଆଖି

ତୁମ ହୃଦୟରେ ପ୍ରେମର ସଳିତା

ଜଳୁଥିଲା ଦିକିଦିକି I

ଅଲେଖା ଅକ୍ଷରେ ଲେଖିଥିଲ ଯାହା

ପଢିଛି ମୁଁ ବେଶି ବେଶି

ମନକଥା ତୁମ ପଢିଦେଲା ପରେ

ଦେଇଥିଲି ଟିକେ ହସି I

ଚିଠି ପାଇ ଚିଠି ଲେଖିବା ପାଇଁକି

କହିଥିଲ ବାରବାର

ସତେ କଣ ତୁମେ ଦେଖିନ ମୋ ହୃଦ

ମଧୁରିମା ମଧୁଝର ?

ଗୋଟିଏ ମୂହୂର୍ତ୍ତ ବିତିନି ଏମିତି

ଭାବନାରେ ତମେ ନାହଁ

ଚିଠି ପାଇ ଚିଠି ଉତ୍ତର ପାଇଲେ

ମନ ମୋର ହେବ ଥୟ I

       


Rate this content
Log in

Similar oriya poem from Romance