STORYMIRROR

Sunita Jena

Romance

4  

Sunita Jena

Romance

ଅନାବିଳ ସମ୍ପର୍କ

ଅନାବିଳ ସମ୍ପର୍କ

1 min
322


ସମ୍ପର୍କ ପାଚେରୀରେ କାଚର ଘର ଆଘାତ ପାଏ ଯେବେ ମନ

ହୃଦୟ ଚକ୍ଷୁରୁ ବହି ଚାଲିଥାଏ ଅସୁମାରୀ ଲୁହର ଶ୍ରାବଣ,

ପ୍ରତି ନିରନ୍ତରେ ଆତ୍ମା ଶରୀର ହୋଇଯାଏ ଯେବେ ଲୀନ

ରାତ୍ରି ଅନ୍ଧକାରେ ନିଶବ୍ଦ ସୁଅରେ ବିଲୀନ ହୁଏ ମୋ ସ୍ବପ୍ନ ।


"ତମେ ମୋର" ଏହା ଭାବି ଯେବେ ଶୋଇଯାଏ ଶେଯରେ

ଚଞ୍ଚଳ ମନ ଆତଙ୍କିତ କରାଏ ନୂଆ ନୂଆ ଭାବନାରେ,

ଅମାନିଆ ମନ ମାନେନା କିଛିବି ଅବୁଝା ହୁଏ ଯେବେ

ଦୂରଭାଷ ମୋର ଆଖିରେ ଆସଇ ହୁଏ ବାର୍ତ୍ତାଳାପ ତେବେ।


ଦୁଃଖ ଉପରେ ଦୁଃଖ ଯେ ଦେଇରହିବ ଆଉ କେତେ ଦୂରେ

ବୀରହି ମନ ଝୁରେ ଯେ ତୁମକୁ ଆସିଯା ଆଉ ଥରେ,

ତୁମରି ସେ ଆଖି ତୁମରି ସେ ହସ ହୁଏ ଉନ୍ମାଦନା ମନ

ନିରବତାରେ ବସି ଝୁରୁଛି ତୁମକୁ ଆସିବ କେଉଁ ଦିନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance