STORYMIRROR

Madhusmita Gaikwad

Romance Others

4  

Madhusmita Gaikwad

Romance Others

ଅପେକ୍ଷା

ଅପେକ୍ଷା

1 min
432

ଆସୁଛି କୋହ ହେଲେ ଆସୁନି ଲୁହ ।

ଆଖିରେ ନାଚୁଛି ତୁମରି ମୁହଁ ।।

ତୁମ ସେ ମିଠା କଥା ମନେ ପଡ଼ିଯାଏ ।

କାନ୍ତର ବେଳାରେ ମନ ମୋହିନିଏ ।।

ଅପେକ୍ଷା ର ଅନ୍ତ ଘଟିବ କେବେ ।

ଉଆଂଶି ବନରେ ଆଜି ମୁଁ ଭାବେ ।।

ଭୁଲି ଯାଇଛି ମୁଁ ତୁମ ପ୍ରୀତିର କଥା ।

ଭାବିଦେଲେ ମନେ ଆସୁଛି ବ୍ୟଥା ।।

ସହି ପାରୁନି କି ରହି ମୁ ପାରେନା ।

ମନ ହୁଏ ମୋର ଭାରି ଆନମନା ।।

କହିଦିଅ ସାଥୀ ଆଗମ କେବେ ।

ମାନ ଭଞ୍ଜନ ମୋ କରିବ ତେବେ ।।

ତୁମରି ବାଟକୁ ଅପେକ୍ଷା କରି ।

ଜିଉଁଛି ଜୀବନ ଅଲୋଡ଼ା ଭଳି ।।


Rate this content
Log in

Similar oriya poem from Romance