ସୁଖର ଆଲୋକ
ସୁଖର ଆଲୋକ
ଭୁଲିଯାଅ ସବୁ କିଛି
ଯାହା ଘଟି ଯାଇଚି ଜୀବନରେ
ମନେ ପକାଇ ଲାଭ ନାହିଁ
ଚାପି ରଖି କୋହକୁ ହୃଦୟରେ
ଆଶା ଅଛି ମନ ଭିତରେ
ଆଶଙ୍କା ବି ଲାଗେ ଭାବିବାକୁ
ଭବିଷ୍ୟତ ଭାବି ଲାଭ ନାହିଁ
ବର୍ତ୍ତମାନରେ ଶିଖ ଜୀଇଁବାକୁ
ଆକାଶକୁ ଥରେ ଚାହଁ
ଲାଗିବ ଶୂନ୍ୟ ଭରା ଦିଗ
ତାରାମାନଙ୍କର ମେଳ
ଲାଗେ ମର୍ତ୍ତ୍ୟରେ ମିଳିଲା ସ୍ଵର୍ଗ
ଭାଙ୍ଗିପଡ ନାହିଁ ଜମା
ବିତି ଯାଇଥିବା ଦୁଃଖରେ
କେତେ ତାରା ଗଳିଥାନ୍ତି
ହେଲେ ଆକାଶ ତ ଥାଏ ସୁଖରେ
ଦେଖିଛ କି କେବେ ତୁମେ
ଶୋକ ମନାଇବାର ଅମ୍ବରକୁ
ଅନେକ ତାରା ଖସିବେ
ଖାଲି ଚାହେଁ ସୁଖର ମୁହୂର୍ତ୍ତକୁ
ବଗିଚାରେ ଅନେକ ଫୁଲ
ଝଡ଼ି ଯାଆନ୍ତି ସବୁଦିନ ଶୁଖି
କାହିଁ ବଗିଚା ତ କାନ୍ଦେ ନାହିଁ
ଅସୁନ୍ଦର ଝଡା ଫୁଲକୁ ଦେଖି
ଜୀବନରେ ବଞ୍ଚିବାକୁ
ରାସ୍ତା ଅନେକ ଅଛି
ଭାଙ୍ଗି ପଡ ନାହିଁ ବନ୍ଧୁ
ହାରିବାରେ ଆନନ୍ଦ ରହିଛି
ନିଜକୁ ପ୍ରତିପାଦନ କର
ଅନୁପ୍ରାଣିତ କରି ଅନ୍ୟକୁ
ସୁଖ ବାଣ୍ଟି ଚାଲ ବନ୍ଧୁ
ଦୁଃଖ ନଦେଇ କାହାକୁ
ଭାବ ନାହିଁ କେବେ ବନ୍ଧୁ
ହାରି ଯାଇ ପାଇଲ ଧୋକା
ବୁଝିବାକୁ ସାମର୍ଥ୍ୟ ହୁଅ
କେବେ ଲାଗିବ ନାହିଁ ଶଙ୍କା
ମୃତ୍ୟୁ ସବୁର ସମାଧାନ
ଭାବ ନାହିଁ ଜମା କେବେ
ଶାନ୍ତତା ରେ କର୍ମ କର
ଅନିୟମିତ ଥାଅ ଯେବେ
ସୂର୍ଯ୍ୟର ନୂତନ ପୁଲକ
ଆଣିବ ରଙ୍ଗ ଜୀବନରେ
ଅପେକ୍ଷାର ଫଳ ମିଠା ବନ୍ଧୁ
ଜନ୍ମିଛ ଯେହେତୁ ଧରାରେ
ଶେଷରେ ଲେଖୁଚି ସ୍ମରଣିବ ବନ୍ଧୁ
ପାଶୋରିବେ ନାହିଁ କଥା
ଜନମ ମରଣ ତାଙ୍କରି ହାତରେ
ଆମେ ତ ରଜ୍ଜୁରେ ବନ୍ଧା
ଅମୂଲ୍ୟ ଦାନକୁ ଇଶ୍ୱରଙ୍କର
ନଷ୍ଟ କର ନାହିଁ ଦୁଃଖରେ
ଉପଭୋଗ କର କ୍ଷଣିକ ମୁହୂର୍ତ୍ତ
ଆଜି ଚାଲିଯିବ ସୁଖରେ