STORYMIRROR

Madhusmita Gaikwad

Drama Classics Inspirational

4  

Madhusmita Gaikwad

Drama Classics Inspirational

ସମ୍ପର୍କ

ସମ୍ପର୍କ

1 min
222

ଦୁଇଟି ମନର ବନ୍ଧନରେ ଗଢା ହୁଏ ଯାହା

ନାମ ତାହାର ସମ୍ପର୍କ

ହୃଦୟର ମିଳନରେ ସ୍ରୁଷ୍ଟି ହୁଏ ଯାହା

ନାମ ତାହାର ସମ୍ପର୍କ

ସମ୍ପର୍କ ତ ଏକ ଦୁଇଟି ମନର

ଅକୁହା କଥାର ଭାଷା

ସମ୍ପର୍କ ତ ପୁଣି ଦୁଇଟି ହୃଦୟର

ମରିଯାଇଥିବା ଆଶା

ଦୁନିଆରେ ପୁଣି କେତେ ପରିଚିତ

ଅପରିଚିତଙ୍କ ଠିକଣା

ସେଇ ଅପରିଚିତେ ଗଢା ହୁଏ ପୁଣି

ସମ୍ପର୍କର ନୂଆ ଖେଳଣା

ସେଇ ଖେଳଣାକୁ ସାଇତି ରଖିବା

ଦାୟିତ୍ଵ ଆମରି ରହିଛି 

ଏହି ଖେଳଣାଟି ମଜବୁତ୍ ହୋଇ

ଯୁଗେ ଯୁଗେ ରହି ଆସିଛି

କେବେ ଆମେ ଭାଙ୍ଗି ଦେଉ ଏହାକୁ

ନଜାଣି ତାହାର ମୂଲ

ସମ୍ପର୍କ ତ ଏକ ଅମୁଲ ସମ୍ପଦ

ହେବନି କା ସଙ୍ଗେ ତୁଲ

ହୃଦୟର ବେଦନା ପଢିପାରେ ସେ

ଯିଏ ରହିଥାଏ ମନରେ

ମନରେ ଯେ ଥାଏ ସିଏ ତ ଯାଏନା

ବନ୍ଧା ଥାଏ ସମ୍ପର୍କରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama