STORYMIRROR

Debabrata Mishra

Abstract Romance Classics

4  

Debabrata Mishra

Abstract Romance Classics

ସୁନୟନା ଏକ ଫୁଲଟିଏ

ସୁନୟନା ଏକ ଫୁଲଟିଏ

1 min
341


ଫୁଲପରି ଫୁଲଟିଏ ଋତୁର ରାଣୀଟିଏ

ବୟସର ବଗିଚାରେ ପଲ୍ଲବିତ କୁସୁମିତ ସ୍ୱରଙ୍ଗେ

ସେ କଥାକୁହେ ଗାଏ ଗୀତ ବସେ ମିତ

ମୁରୁକି ହସରେ ବିନା ହାତେ ଉଭାଏ ସେ ଲୁହ

ଆହାଃ ସତେ କେଡ଼େ ଅନାବିଳ ନିଷ୍କପଟ ତା ହୃଦୟ ସୁନୟନା ଏକ ଫୁଲଟିଏ ।


ଆକାଶର ବଗିଚାରେ ତାରାମେଳେ ସେ ଜହ୍ନଟିଏ

ତା' ଆଖିରେ ହସ ଅଛି ମୁକ୍ତାପରି ଅଛି ଲୁହ

ସ୍ୱପ୍ନର ସତଟିଏ କଳ୍ପନାର କବିତାଟିଏ ସେ

ମନର ଏ ଆକାଶଟା ସାତରଙ୍ଗେ ରଙ୍ଗିଯାଏ

ପୁଣି ଉଡ଼ିବୁଲେ ତା ମନେ ମୁକ୍ତ ଗଗନେ ପବନେ

ସେ ନୀରିହ ନୀରିମାକ୍ଷି ପକ୍ଷୀଟିଏ

ସୁନୟନା ଏକ ଫୁଲଟିଏ ।


ପ୍ରୀତିର ସେ କଅଁଳ ଶୀତକାଳ ଖରା

ଚାଲିରେ ତା' ଛମଛମ୍ ଶବଦରେ ସୁରମୟୀମୁର୍ଛନା

ଆପଣାପଣର ସ୍ନେହଶୀଳ ପଲକ ତାର ଖୁସିଦିଏ

ଜୀବନେ ସୁନେଲି ସ୍ୱପ୍ନ ତାହାର ପୂର୍ଣ୍ଣତା ଲଭୁ

ଅପୂର୍ବ ଏ ବନ୍ଧନ ପ୍ରେମଠାରୁ ଅନେକ ଉର୍ଦ୍ଧ୍ବକୁ

ସେ ଅସରନ୍ତି ହସର ପୁଷ୍ପଗୁଚ୍ଛଟିଏ

ସୁନୟନା ଏକ ଫୁଲଟିଏ ।


ଜୀବନକୁ ଜୀବନ୍ତ କରିବାର ମଧୁର କାରଣ

ପଥ ତାର ହେଉ କଣ୍ଟାହୀନ ଭରିଯାଉ ଫଗୁଣ

ତା' ସାନିଧ୍ୟରେ ଉଲ୍ଲାସିତ ହୃଦୟ ନିଶ୍ୱାସରେ ଲୟ

ହସିବାର ସୁଯୋଗ ସେ ସୁବାସିତ ଉପହାର ଆଣେ

ଏ ସମ୍ପର୍କ ଟା ସ୍ୱର୍ଗୀୟ ଈଶ୍ୱରୀୟ ଅନ୍ୟ ଏକ ପୁରେ

ସେ ଆଶା ସ୍ୱପ୍ନ କଳ୍ପନା ସେ ରାତି ସେ ଜୋଛନା

ସୁନୟନା ଏକ ଫୁଲଟିଏ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract