STORYMIRROR

Samar Ballav Bhoi

Romance Classics Inspirational

4  

Samar Ballav Bhoi

Romance Classics Inspirational

ସକଳେ ଡାକନ୍ତି ତମେ

ସକଳେ ଡାକନ୍ତି ତମେ

1 min
690


ପ୍ରେମର ସଂସାର ପ୍ରେମର ଆସର 

ଲାଗେ ନିରାମୟ ପ୍ରେମର ସକଳ

ସକାଳୁ ଠୁଁ ସଞ୍ଜ ସଭିଏଁ ଆଭାର

ସଭିଙ୍କୁ ମିଳଇ ମିଠା କର୍ମଫଳ।।


ପ୍ରେମ ପାରାବାରେ ତୁମେ ତ ବୋଇତ

ଉଡ଼େ ତମ ବାନା ପୀରତି ପବନ ଧରି

ସାତ ସାଗରର ଉତ୍ତାଳ ତରଙ୍ଗ ଢେଉ

ବାନ୍ଧି ରଖେ ମତେ ସ୍ନେହ ଆଦରି।।


ତମ ପ୍ରେମ ବିନା ହୃଦୟ ଟା ଶୂନ୍ୟ

ଲାଗେ କେବେ କେବେ ଏକା ଏକା

ଭଲରେ ମନ୍ଦରେ ତୁମେ ତ ସାହାରା

ଜୀବନ ରାସ୍ତାରେ ତୁମେ ସାହା ପରା।।


ପ୍ରେମ ର ପରଶ ଭାରି ମିଠା ମିଠା

ତମେ ଯେବେ ତମେ ମତେ ଡାକିଦିଅ 

ସତେ କି ତମ ପ୍ରେମ ସରଗ ସୁନ୍ଦର

ସବୁକିଛି ସବୁଦିନ ଲାଗ ତୁମେ 

ମୋ ମନର ପିଆଲା ପ୍ରେମିକ।।


ଯେତେ ଯିଏ ଡାକେ ତମେ ତମେ ବୋଲି 

ମତେ ଲାଗେନା କେବେବି ଜମା ଭଲ

ତମେ ଥରେ ଡାକି ଦେଲେ ମତେ ତମେ 

ହୃଦୟ ଟା ମୋର ମନେ ଭରିଦିଏ ଚହଳ।। 


ପ୍ରେମ ଭରା ସେହି ହୃଦୟ ଟା ମୋର

କେବେ ପ୍ରେମ ପାଇଁ ଯାଏ ଦୋହଲି

ଗୋଲାପ ଫୁଲ ପରି ହୃଦୟ କୋମଳ

ପ୍ରେମ ମିଳିଗଲେ ମନ ଯାଏ ଟିକିଏ ଚହଲି।।


ସକଳେ ଡାକନ୍ତି "ତମେ" "ତମେ" ବୋଲି

ସେ "ତମେ" ତ ମୂଲ୍ୟ ନାହିଁ

ତମେ ଯେବେ ମତେ "ତମେ" ବୋଲି କହ 

ଏତେ ମିଠା କାହିଁ ପାଇଁ? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance