ଅଭିସାରିକା
ଅଭିସାରିକା
ଭୋକିଲା ନୟନ ସହ ଉଦାସିଆ ଠାଣି
ଥିରି ଥିରି ଚାଲି ସଙ୍ଗେ ନିରେଖି ଚାହାଣି
ଶତ ପଦ୍ମ ବିକଶିତ ଯା ମୁଖ ମଣ୍ଡଳେ
ଗୋଲାପୀ ଅଧର ପରେ ହସର ଲହରୀ
ବକ୍ଷ ଦେଶେ ଯୌବନ ସମ୍ଭାର
ଜାନୁ ଦ୍ବୟ,କଟି -ବନ୍ଧ ମନ ମୁଗ୍ଧ -କର
ସତେ ଅବା ଉର୍ବଶୀର ଛବି
ସେଇ ମା ନାୟିକା,ମୋ ଲାବଣ୍ୟବତୀ।
ଅଧର ରେ ହସ ଓ ରସ ର ଝରଣା
ଝରିପଡେ ଅବାରିତ ଧାରେ
ମତୁଆଲା ମନକୁ ମିଳିଛି ପ୍ରେରଣା
ହସ ଫୁଟା ରସକୁ ଚୁମି ରଖିବାକୁ
ସେଇ ମୋ ପ୍ରେମିକା, ହସ - ରସ - ବତୀ ।
ଚାଲି ରେ ତା ଛନ୍ଦ
ସୁର ତାଳ ଲୟ ରେ ଛନ୍ଦ ର ମୂର୍ଚ୍ଛନା
ଛନ୍ଦି-ବାକୁ ମିଳିଛି ଇଶାରା
ସେଇ ମୋ ଅଭିସାରିକା
ଛନ୍ଦେ ଛନ୍ଦେ ଛନ୍ଦି ଯାଏ ,ମୋ ଛନ୍ଦା- ମୟି ।
ରୂପ ରସ ଛନ୍ଦ ର ନାହିଁ ପଟାନ୍ତର
ମତୁଆଲା ମନ ମୋର ହେଇଛି ଭଅଁର
ଯିଏ ଯାହା କହୁ ,ସେଇ ମୋ ପ୍ରେମିକା
ମୋ ଲାବଣ୍ୟବତୀ
ମୋ ହସ ରସ-ବତୀ
ମୋ ଛନ୍ଦା- ମୟି ।

