STORYMIRROR

Bidyadhar Mantry

Romance Others

4  

Bidyadhar Mantry

Romance Others

ଭିଜା ଭିଜା ବର୍ଷା

ଭିଜା ଭିଜା ବର୍ଷା

1 min
313


କଳାହାଣ୍ଡିଆ ମେଘ ଆସିଲାଣି

ବିଜୁଳି ଘଡଘଡି ସହିତ

ବର୍ଷା ହେଲେ ଭିଜାଇବି ତନ ମନ

ଦେହ ମନ ହେଉ ପୁଲକିତ।

ବର୍ଷା ଦେଖି ପ୍ରିୟା ଖୁସି ହେଉଥିବ

ଏକା ଏକା ଭିଜିବ କି ନାହିଁ

ଯଦି ନିହାତି ଭିଜିବ 

ପରଶ ଓ ଛାତି କଥା ନିଶ୍ଚୟ ଭାବିବ।

ବର୍ଷା ଛିଟା ରେ ଦେହ ଭିଜିଗଲା

ଖୋଜୁଛି ପ୍ରିୟା ପରଶ

ବିଜୁଳି ଆଲୁଅ ପରେ ଘଡଘଡି ହେବ

ଖୋଜିବି ପ୍ରିୟାର ବକ୍ଷ।

ପ୍ରିୟା ତ ପାଖରେ ନାହିଁ

କାହୁଁ ପାଇବି ପରଶ

କାହୁଁ ପାଇବି ସେ ବକ୍ଷ।

ବର୍ଷା ର ଛିଟା ତ ଏଇଠି ପଡୁଛି

ଭିଜିଗଲା ତନ ମନ

ବର୍ଷା ର ଛିଟା ପ୍ରିୟାକୁ ଲାଗିଲେ

ପ୍ରିୟା ମନ ହେବ ଛନ ଛନ ।

ପ୍ରିୟା ଯଦି ଯାଇଥିବ ଭିଜି

ମନେ ଭାଳୁ-ଥିବ ବସି

ଲାଳସା ମନରେ ଥିବ

ହେଲେ ପରଶ କେମିତି ହେବ !!

ଘଡଘଡି ହେଲେ ପ୍ରିୟା ର ବହୁତ ଡର

ଆଖି ବୁଜି ମୁହଁ ଛାତିରେ ଲୁଚାଇ 

କହିବ ଲାଗୁଛି ଡର , ପାର ଯଦି ଭିଡ଼ି ଧର !!

ବର୍ଷା ଭିଜା ଶରୀରରେ ଉଠୁଛି କମ୍ପନ

ପ୍ରିୟା ପାଖକୁ ଯାଉଛି,ହେବ ଆଲିଙ୍ଗନ

ପରଶ ଓ ବକ୍ଷ ଏବେ ମୁଖ୍ୟ ଆକର୍ଷଣ

ଅନ୍ୟ କଥା ଓ କାମ ନାହିଁ ପ୍ରୟୋଜନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance