Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Romance

4.5  

Kali Kumar

Romance

ଭଲ ଅଛି ବୋଲି କହିପାରେ

ଭଲ ଅଛି ବୋଲି କହିପାରେ

1 min
205


ବିଜ୍ଞାନ ମତରେ ପୃଥିବୀଟା ଗୋଲ, ଆଉ 

ଜଗତୀକରଣ ପରେ, ଏହା ଛୋଟ ହୋଇଯାଇଛି, କାଳେ ।। 


ଘୁରି - ଫେରି , ଦିନେ ନା ଦିନେ,

ମୂଳକୁ ତ ଫେରିବାକୁ ହୁଏ !

ତେଣୁ ମୁଁ ବି ତ ମୂଳକୁ ଫେରିବି, ଆଉ 

ହୁଏତ, ତୁମେ ବି । 


କେବେ କେଉଁଠି, ଦୁନିଆର 

କୋଣ - ଅନୁକୋଣରେ, ଅତର୍କିତ ଭାବରେ

ଏହି ମୂଳକୁ ଫେରିଲା ବେଳେ, ତୁମ ସହ 

ଯଦି ଦେଖାହୁଏ ଅବେଳରେ,କେଉଁ ଏକ ଅଜଣା ମୋଡ଼ରେ

ଚିହ୍ନା - ଅଚିହ୍ନାର ସମ୍ପର୍କରେ, ଥରେ

କେମିତି ଅଛି ବୋଲି, ପଚାରିବ । 


ଉତ୍ତରରେ , ତୁମେ ଆଜି ବି 

ସ୍ପଷ୍ଟବାଦୀତା ଆଉ ସତ୍ୟ ହିଁ ପାଇବ । 


ମିଛ ହସକୁ ମୁହଁରେ ମାଖି ହୋଇ, ମୁଁ

ଭଲ ଅଛି ବୋଲି କହିବି ନାହିଁ; 


ସେଇଟା ତୁମର କାମ, 

ଏବେବି ମୁଁ ଆଗ ପରି ଅଛି, ଆଉ ନିଶ୍ଚେ ,

ତୁମେ ବି ପୂର୍ବପରି ଥିବ । 


ମୁଁ ସୁଦାମା ନୁହଁ, ସତ; କିନ୍ତୁ

ତୁମେ ବି ତ କୃଷ୍ଣ ନୁହଁ ନା !

ଭଲ ଅଛି ବୋଲି କହିଲା ପରେ

ରହସ୍ୟମୟ ହସରେ, ସବୁ କଷଣ ହରି ନେବ । 


ମନ୍ଦକୁ ଲୁଚେଇ, ଭଲ ଅଛି କହିଲା ପରେ,

କଣ ? ଦେଇ ପାରିବ ସ୍ୱର୍ଗର ବିଭବ,

ସୁଖ - ସ୍ୱାଚ୍ଛନ୍ଦକୁ, କେବଳ କେଇ ମୁଠା

ତୁଚ୍ଛ ତଣ୍ଡୁଳ ବଦଳରେ, ତେବେ ଯାଇ,

ମୁଁ ଭଲ ଅଛି ବୋଲି କହି ପାରେ ।।



Rate this content
Log in

Similar oriya poem from Romance