STORYMIRROR

SUKANTA KHANDA

Romance

4  

SUKANTA KHANDA

Romance

ଯୌବନ ହାଟରେ

ଯୌବନ ହାଟରେ

1 min
411


ଯୌବନ ହାଟରେ କିଣାବିକା ଆଜି

   ପସରା ପସରା ପ୍ରେମ

କିଏ କେଉଁପରି କିଣିବାକୁ ଚାହେଁ

   ଦୌଡି଼ଥାଏ ଏହି ଧାମ।


ନର ପଶୁ ପକ୍ଷୀ କୀଟ ତରୁ ଲତା

   ବୟସ ପ୍ରଭାବେ ସବୁ

କାମନାରେ ଭୋଳ ହେବା ବିଶୃଙ୍ଖଳ

   ଯୌବନ କାଳରେ କାବୁ।


ମାନବ ବ୍ଯତୀତ ପଶୁ ପକ୍ଷୀ ଆଉ

   ସରୀସୃପ ଯେତେ ଅଛେ

ଖାଇବା ପିଇବା ବଂଶ ହିଁ ବିସ୍ତାର

   ନିଜ ପର କ'ଣ ବାଛେ ।


ଏ ମାନବ ତାର ମାଆ ଓ ଭଉଣୀ

   ଚିହ୍ନିବା ଶକ୍ତି ଧରିଛି

ବିବାହ ବନ୍ଧନେ ବାନ୍ଧିକି ନିଜକୁ

   ସୁଶୃଙ୍ଖଳ ହେଉଅଛି।


ପ୍ରେମ କରିଥାଏ ଯୌବନ ହାଟରେ

   ବାପାଙ୍କୁ ଋଣ ସୁଝିବା

ଋଣ ଦେଉଥାଏ ପୁତ୍ର ଓ କନ୍ଯାଙ୍କୁ

   ବୁଢା଼କାଳେ ହିଁ ପାଇବା।


ବିଚିତ୍ର ସଂସାରେ ଈଶ୍ବରଙ୍କ ଲୀଳା

   କିଏ ଭଲ କିଏ ମନ୍ଦ

ବୁଝିବା ହିଁ କଷ୍ଟ ଗୁଢ଼ତତ୍ତ୍ବ ଯେତେ

   ପ୍ରେମଭାଷା ମକରନ୍ଦ।


ଗ୍ରହଣ କରିଲେ ମଲା ସଂସାରରେ

   ଖଟିବ ମୃତ୍ଯୁ ପର୍ଯ୍ଯନ୍ତେ

ଗ୍ରହଣ ନ କଲେ ମଲା ବି ସଂସାରେ

   ବୁଢା଼କାଳେ ନିଜ ହିତେ।


ସବୁ ହିଁ ଈଷ୍ଟଙ୍କ ମାୟାର ଭେଳିକି

   ମୋର ମୋର କହିକହି

ଭାଇ ବନ୍ଧୁ ଆଉ ପଡୋ଼ଶୀଙ୍କ ସହ

   ହଣାକଟା ନିତ୍ଯ ହୋଇ।


ମରିଗଲାବେଳେ ଶୂନ୍ଯ ହସ୍ତେ ଯାଉ

   ସଞ୍ଚିବା ଧନ କି ନେଉ

ତଥାପି କାହିକି ଯୌବନ ନଈରେ

   କାମନାରେ ଭାସିଥାଉ ।


ଯୌବନର ହାଟେ ଦୁଃଖର ସୌଦାକୁ

   ହାତେଇବା ବାଧ୍ଯ ହୋଇ

ଲୁହ ଝରାଉଛି ପ୍ରତିଟି ମାନବ

   କାମନାରେ ବାଇ ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance