STORYMIRROR

Abanikanta Sahu

Abstract Romance

4  

Abanikanta Sahu

Abstract Romance

କୁଆଁରୀ ପୁଷ୍ପ

କୁଆଁରୀ ପୁଷ୍ପ

1 min
373

ଗଙ୍ଗଶିଉଳି ମହକ ଲୋ ବଉଳ

ଗଙ୍ଗ ଶିଉଳି ମହକ,

କେଡେ ହିନିମାନୀ, ସୁନ୍ଦରୀ ହେଲେବି

ଦିନେ(ଦିନରେ) ନ ଆସେ ମଧୂପ।


ଚନ୍ଦ୍ରମା ଶୁଭ୍ର, ସୁନ୍ଦରୀ ଲୋ ବଉଳ

ଚନ୍ଦ୍ରମା ଶୁଭ୍ର ସୁନ୍ଦରୀ,

ନିଶା କାଳେ ନୀତି ତା' ମୁଖ ଦର୍ଶନେ

ଅଙ୍ଗେ ତା ରଙ୍ଗ ନିହାରି,


ଯୌବନେ ରତି ପୀରତି ଲୋ ବଉଳ

ଯୌବନେ ରତି ପୀରତି,

ନିଶାନ୍ତ ଆୟୁଷେ ରସିକ ଆକୃଷ୍ଟେ

ପୃଷ୍ଠେ ରଙ୍ଗିଲି ନାରଙ୍ଗୀ।


ନା ରଙ୍ଗ, ନା ରୂପ ଧନ ଲୋ ବଉଳ

ନା ରଙ୍ଗ ନା ରୂପ ଧନ,

କୁମାରୀ ମନର ଅକୁହା ବେଦନା

ଜାଣେ ହିଁ କୁମାରୀ ମନ।


ରୂପ ଝଟକେ ଆଲୋକେ ଲୋ ବଉଳ

ରୂପ ଝଟକେ ଆଲୋକେ,

ମନର ମଣିଷ ବାଟକୁ ଚାହିଁଲୋ

ଦିବାଗତେ ଲୋଟେ ତଳେ।


ଆୟୁଷ ସମୟ ମାପ ଲୋ ବଉଳ

ଆୟୁଷ ସମୟ ମାପ,

ନିଶା କାଳେ ଜନ୍ମ ପ୍ରଭାତେ ମରଣ

ଆଖିରେ ସ୍ବପ୍ନ ଅମାପ।


କୁସୁମ କାମନା କେତେ ଲୋ ବଉଳ

କୁସୁମ କାମନା କେତେ,

ଭାଗ୍ୟେ ଥିଲେ ପ୍ରଭୁ ପାଦେ ଲୋଟି ଯାଏ

ମୋ ଭାଗ୍ୟେ ନାହିଁ ଲୋ ସତେ !


ବିଧାତା କିମ୍ପା ବିମୁଖ ଲୋ ବଉଳ

ବିଧାତା କିମ୍ପା ବିମୁଖ?

କେଉଁ ଜନମର କି କର୍ମଫଳ ଏ

ଅଲୋଡା ଶେଫାଳି ପୁଷ୍ପ।


ନାଲୋଡ଼ା ସରଗ ସୁଖ ଲୋ ବଉଳ

ନାଲୋଡ଼ା ସରଗ ସୁଖ,

ସ୍ୱର୍ଗପୁରେ ପାରିଜାତ ନାମେ ଖ୍ୟାତ

ସୁଗନ୍ଧା, ସୁନ୍ଦରୀ ମୁଁ ତ।


ଶେଷ ଇଚ୍ଛା ଛୋଟ ମୋର ଲୋ ବଉଳ

ଶେଷ ଇଚ୍ଛା ଛୋଟ ମୋର,

ନଥାଉ ଭାଗ୍ୟରେ ମଧୂପ ମିଳନ

କିବା ପ୍ରଭୁ ଗଳାହାର।


ସୈନିକର ଚଲାପଥ ଲୋ ବଉଳ

ସୈନିକର ଚଲାପଥ,

ନୀତି ଝରୁଥାନ୍ତି ସେଇ ଚଲାପଥେ

ନିମିଷେ ହରନ୍ତି କଷ୍ଟ।

          

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract