STORYMIRROR

Abanikanta Sahu

Abstract Classics Children

4  

Abanikanta Sahu

Abstract Classics Children

ମା'

ମା'

1 min
354


ମୁଁ ଯେଉଁଦିନ ଜଠରୁ ଜନମି,

ଅନ୍ଧାର କକ୍ଷରୁ ପ୍ରକାଶକୁ ଛୁଇଁ

କାନ୍ଦିଥିଲି କୁଆଁ କୁଆଁ,

କୋଳେଇ ନେଇ ତୁ

ବକ୍ଷେ ବାନ୍ଧିଦେଲୁ

ଛାତିର ଅମୃତ  ପାନ କରାଇଲୁ

ତୋ ଆଖି ପଲକେ

ମୋ ଆଖି ମିଳାଇ,

ତୋତେ ମୁଁ ଜାଣିଲି ଯାହା,

     ତୁ ମୋର ପ୍ରିୟ ମା' ।


ମସ୍ତିଷ୍କରେ ମୋର ନଥିଲା ସାମର୍ଥ୍ୟ

ଚିହ୍ନିବାକୁ କିଏ ନିଜର ବା ପର,

ତୁ କିନ୍ତୁ ଆଗ 

ଛୁଇଁଦେଇ ମୋତେ

ସମ୍ପର୍କ ବାନ୍ଧିଲୁ ଜାଣେନା କି ଅର୍ଥେ,

ଥିଲା କେଉଁ ସ୍ୱାର୍ଥ?

ଅବା ତୁ ବିବଶ!

ଜୀବନକୁ ଦେଲୁ ରାହା,

      ତୁ ମୋର ପ୍ରିୟ ମା' ।


ଶିଖି ତ ନଥିଲି ଭାଷା ମଣିଷର,

କି ଅବା ଇଶାରା ଇଙ୍ଗିତ ଭାବର,

ଭୋକ ଶୋଷ ସବୁ

ଜାଣୁଥିଲୁ ତୁହି

ଦୁନିଆଁ ଜଞ୍ଜାଳ ସବୁ ଛାଡ଼ିଦେଇ,

ମୋ କୁଆଁ ଡାକରେ

ତୁ ଝପଟି ଆସି

ପାଖେ ହେଉଥିଲୁ ଠିଆ,

   ତୁ ମୋର ପ୍ରିୟ ମା' ।


ଧରିତ୍ରୀ ବକ୍ଷରେ କୁନି ପାଦ ଦେଇ

ଛିଡା ହେଉଥିଲି ପଡୁଥିଲି ମୁହିଁ,

ପଡିବା ଆଗରୁ

ଦେଉ ଦୁଇ ହାତ

ଜାଣେନା କେଉଁଠୁ ଆସୁ ତୁ ତ୍ବରିତ,

ହେଉଥାଉ ମୋତେ ସାହା,

      ତୁ ମୋର ପ୍ରିୟ ମା' ।


ପାଟିର ସୁଆଦ ପେଟର ଭୋକ,

ମନର ଉଲ୍ଲାସ ବେଦନା ,ଦୁଃଖ,

ସବୁ ଜାଣିପାରି

ଖଞ୍ଜି ଦେଇଥାଉ

କହିବା ଆଗରୁ,

ନିତ୍ୟ ପ୍ରୟୋଜନ ଯାହା,

    ତୁ ମୋର ପ୍ରିୟ ମା' ।


ସମ୍ପର୍କର ସେତୁ ସ୍ନେହେ ଗଢିଦେଲୁ

ଅଜଣା ଦୁନିଆ ସବୁ ଚିହ୍ନାଇଲୁ,

ଶିଖାଇଲୁ ଭଲ

ଭୁଲ୍ ବି ବାରିଲୁ,

ତୋ ସ୍ନେହ ପଣତେ ମୋତେ ଢାଙ୍କିଦେଇ

ମୋ ଜୀବନେ ଦେଲୁ ଛାୟା, 

    ତୁ ମୋର ପ୍ରିୟ ମା' ।


ଜାଣେନା କିପରି ତୋର ଗୁଣଗାନ

ବ୍ୟାଖ୍ୟାନ କରିବି ମୁଁ ତ ସାମାନ୍ୟ,

ମାତୃ ଶକ୍ତି 

ମାତୃ ମମତା ଅସୀମ

ସର୍ବଜୀବ, ସର୍ବଦେବ, ଭଗବାନ

ସର୍ବ ପାଇଁ ବନ୍ଦ୍ୟା

ତୋ ପାଦେ ପ୍ରଣାମ

ମାତୃଶକ୍ତି ତୁ, ନା କାୟା

     ତୁ ଆମ ପ୍ରିୟ ମା'।


                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract