STORYMIRROR

Abanikanta Sahu

Children

4  

Abanikanta Sahu

Children

ମୋ ଗାଁ ମୋ ମାଟି

ମୋ ଗାଁ ମୋ ମାଟି

1 min
341


ନିଜ ଗାଁ ମାଟି ପାଣି ପବନ  

ଗାଁ ବିଦ୍ୟାଳୟ ଚାଳ ଦୋକାନ  

ଶ୍ରାବଣ ମାସର କାଦୁଅ ରାସ୍ତା 

ଫଗୁଣ ମେଳଣ ଦୋଳିର କଥା  

ସବୁ ହେଲା ଦୂର ବିଦେଶ ଯାଇ 

ମା ମାଟି ବାସ୍ନା ମିଳଇ ନାହିଁ 


ଏଇ ଘର ଏଇ ଶାଗ ପଟlଳି 

ସବୁ ଏକା କିନ୍ତୁ ନୁହେଁ ସେ ଭଳି  

ଏ ତୁଳସୀ ମନ୍ଦl ଏ ଅଗଣା ଫୁଲ 

ସବୁ ଏକା କିନ୍ତୁ ଲାଗେନା ଭଲ  

କହ ଜହ୍ନ ମାମୁଁ ଆକାଶେ ଥାଇ 

ତୁ ତ ଦେଖୁଛୁ ମୋ ଗାଁ ଯାଇ 


ସବୁ ଏକା ଭଳି ଲାଗେନା କିମ୍ପା 

ଜନ୍ମ ମାଟିର ମୋ କି ହେବ ଦେଖା  

ପେଟ ପାଟଣାକୁ ବିଚାର କରି 

ସାତ ସମୁଦର  ଡେଇଁ ଆସିଲି 


ହେ ସୂର୍ଯ୍ୟଦେବତା ଆଶିଷ ଦିଅ 

ଦେଖିବି ମୁଁ ମୋ ମାଆର ମୁହଁ  

ମାଆ ଜନ୍ମଭୂମି ପାଳିଛି ମୋତେ 

ତାହାରି କୋଳରେ ଖେଳିଛି କେତେ 


ବାଳାହକ ବେଗେ ଯାଇ କହିବ 

ମୋ ଅଗଣା ମଲ୍ଲୀ ନିତି ଫୁଟିବ  

ବଉଳ ଗଛରେ  ଫୁଲର କଳି

ନିଇତି ଫୁଟିବ  ପାଖୁଡା ଝାଡ଼ି  


ବାଡ଼ି ଆମ୍ବ ଗଛ ପେନ୍ଥl ବଉଳ 

ଟଗର ଓ ଜୁଇ  ଚମ୍ପା ତମlଳ 

ମୋ କେତି ଆଇ ରାଶି ନଡ଼ିଆ 

ରଖିବ ମୋପାଇଁ ପିଠା ପୋଡୁଆ  


ପତ୍ର ପୋଡା ଶାଗ କେରାଣ୍ଡି ମାଛ 

କଖାରୁ ବଡ଼ିକୁ ଆମ୍ବର ଛେଚ 

ରୁଚୁନି ଏ ରୋଟି ରାଜମା ପନିର 

କଢି ଭାତକି ଏ ଛୋଲେ ପୁରି  

ମୋ ପାଇଁ ରୁଚକ ପଖାଳ କଂସା

ବlସି ତୋରାଣି ଓ ଆଳୁର ଚୋଖା 


କହଲୋ ବଉଳ କେବେ ଆସିବ 

ସେଦିନ ମୋ ମଥା ମାଟି ଛୁଇଁବ  

କାଳିଆ ଠାକୁର ପାଖରେ ଅଳି 

ଶିଘ୍ର ସେ ଆଶିଷ କରିବେ ବୋଲି 


(ଏ କବିତାଟି ମୋର ଜଣେ ବାନ୍ଧବୀଙ୍କ ମନ କଥା ସେ ବିଦେଶରେ ରହି ନିଜ ଗାଁକୁ ମନେ ପକେଇ ଦୁଃଖ ପ୍ରକାଶ କରିଥିଲେ ଓ ଗ୍ରାମ ଜୀବନରୁ କିପରି ଦୂର ହେଇଛନ୍ତି ସେ କଥା ଭାବୁ ଥିଲେ )



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children