ଯାହା ତାହା
ଯାହା ତାହା
ସୁନା କୁ ଘଷିଲେ
ହଳଦିଆ ଦିଶେ
ଅଙ୍ଗାର ଘଷିଲେ କଳା,
କଷଟି ପଥର
କେବେ ଚମକିବ
ନିଇତି ଘଷିଲେ ହୀରା ।
ତପନ କି କେବେ
ଦିଗ ବଦଳାଏ
ଢାଙ୍କିଲେ ବାଦଲ ସାରା,
ପାହାଡ଼ କି କେବେ
ପାଣିରେ ଭାସିବ
ବର୍ଷଲେ ମୁଷଳ ଧାରା ।
ଅହି କେବେ ଦେବ
ଅମୃତ ଚୁମ୍ବନ,
କଇଁଆ ଲାଗିବ ମିଠା,
ଦୁଷ୍ଟ ଜନ କେବେ
ସାଧୁବାଦ ଦେବ
ଶୁଣିଲେ ସର୍ବଦା ଗୀତା ।
ନଦୀ ନିର କେବେ
ଓଲଟା ବହିବ
ବାନ୍ଧିଲେ ପଥର ବନ୍ଧ,
କାକ କି କୋକିଳ
ଗାନ ଶୁଣାଇବ,
ଆଇନା କିଣିବ ଅନ୍ଧ ।
କୃପଣ କି କେବେ
ଘୃତ ପାନ କରି
ବସିବ ଉଡାଯାହାଜ,
ଶୃଗାଳ କି କେବେ
ଫୁଲମାଳ ପିନ୍ଧି
ସାଜିବ ବନର ରାଜ ।
ତଇଳ କି କେବେ
ପାଣିରେ ମିଶିଵ
ଦୁହେଁ ବସିକି ମଇତ୍ର,
ଗାଡ଼ିଆ କି କେବେ
ଗଙ୍ଗା ହେଇଯିବ
ବାଘଟା ଖାଇବ ପତ୍ର ।
ନିୟତି ନିୟମ
ଗୁଣ ଅବଗୁଣ,
ଖଞ୍ଜିଛି ସଭିଙ୍କ ଠାରେ,
ନିଜ ନିଜ ଧର୍ମ
ପାଳନ କରନ୍ତି
ଭ୍ରମ ନ ରଖ ଏଥିରେ ।
