STORYMIRROR

Abanikanta Sahu

Abstract Classics Inspirational

3  

Abanikanta Sahu

Abstract Classics Inspirational

ସୀତା ସନ୍ଧାନ ଅବନୀକାନ୍ତ

ସୀତା ସନ୍ଧାନ ଅବନୀକାନ୍ତ

1 min
188

   


ଏଠି ଏବେ ସୀତା 

ଖୋଜା ଚାଲିଛି ସତରେ, 

ହେଲେ ସେ ସୟମ୍ବର କିମ୍ପା ମନା?

କାହିଁ ସେଇ ଏକ ପତ୍ନୀବ୍ରତ ଧାରୀ ରାମ?

କାହିଁ ସେ ଭରତ ଯିଏ

 ଭାଈ ପାଇଁ ତ୍ୟାଗୀ ଥିଲା 

ସମଗ୍ର ସାମ୍ରାଜ୍ୟ?

କାହିଁ ସେ କୌଶଲ୍ୟା ଯିଏ 

ଭେଦ କେଵ କରିନଥିଲା 

ରାମ ଓ ଲକ୍ଷ୍ମଣ ମଧ୍ୟରେ।

କାହିଁ ସେ ବିଶ୍ଵାମିତ୍ର!

ଗୁରୁ ଯିଏ ଜ୍ଞାନ ଦିଏ 

ବିଶ୍ୱର କଲ୍ୟାଣ ପାଇଁ,

ସବୁ ଚରିତ୍ର ଆଜି 

ମିଛମୁଖା ପିନ୍ଧା,

ସ୍ୱାର୍ଥ ଛାଡି ପରମାର୍ଥ 

ଭାବିବାକୁ ବେଳ ନାହିଁ।

ନିଜ ତେଲ ଲୁଣ ସଂସାର 

ଆଜି ନିଜ ପାଇଁ ବୋଝ,

ପୁଣ୍ୟର କଣି ଟିଏ ନାହିଁ

ଖାଲି ଅହଂ ର ଅନ୍ଧାର ଭିତରେ

ସବୁ ଉବୁଟୁବୁ,

ଆପେ ବଞ୍ଚିଲେ ବାପର ନାଁ

ଚରିତାର୍ଥ ପାଇଁ ସବୁ

ଏକ୍ସପ୍ରେସ ଟ୍ରେନ

 ପଛରେ ଗୋଡ଼ାନ୍ତି,

ହେଲେ ରାମ ଆଜି ବି ବଞ୍ଚିଛି

ଏକ ଶୂନ୍ୟ କଳାପଟାରେ,

ସୀତା ଆଜି ନିଖୋଜ

କାନୁନ ଓ ଆଧିନିକ 

ଜଙ୍ଗଲ ଭିତରେ, 

ଦୁହେଁ ନିଶ୍ଚୟ ଆସିବେ

ସମୟର ଆବାହନ ଅପେକ୍ଷାରେ

ଆମେ ତୁମେ ପୂଜାଥାଳି 

ଚାଲ ସଜାଡି ରଖିବା

ନିଜକୁ କୈବର୍ତ୍ତ ଓ ଶବରୀ କରିବା,

ନିଶ୍ଚୟ ସେ ଆସିବେ 

ଅଜ୍ଞାନ ର ଅନ୍ଧକାର ଫେଡ଼ି,

ପାପର ନାଗୁଣୀ ଫାସ କୁ ପୋଡି

ନିଶ୍ଚେ ଦିନେ ରାମ ଆସିବେ

ପ୍ରତିଷ୍ଠା କରିବେ ତାଙ୍କ ସମ୍ବିଧାନ

ଖାଲି ଥରେ ଡାକ ରାମ ରାମ।

ଜୟ ଶ୍ରୀରାମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract