STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମାଆ ଓ ଶାଶୁ

ମାଆ ଓ ଶାଶୁ

1 min
147

ସତରେ ବିଚିତ୍ର ମଣିଷ ପ୍ରକୃତି

କେବେ ସୁନା କେବେ ମାଟି

ଚରିତ୍ର ବଦଳେ ସମୟକୁ ଦେଖି

ଭିନ୍ନ ଭିନ୍ନ ହୁଏ ମତି। 

ଏ କିବା ସଂସାର ରୀତି,

ଲୋକ ଦେଖି ଏଠି ଆଚରେ ମଣିଷ

କେବେ ଈର୍ଷା କେବେ ପ୍ରୀତି। 


ମାଆଟିଏ ଦିନେ ଶାଶୁ ହୁଏ ଯେବେ

ବୋହୁଟେ ଘରକୁ ଆସେ,

ଆଚରଣ ତାର ବଦଳି ଯାଏଟି

ମାତୃତ୍ଵ ଚୁଲିରେ ପଶେ। 

ବୋହୂର ଦୂର୍ଗୁଣ ଦିଶେ,

ଝିଅ ପଛେ ହେଉ ଯେତେ ବି ଉଦଣ୍ଡି

ତା'ର ଗୁଣ ସବୁ ବାସେ। 


ଆସିବା ଆଗରୁ ଘରକୁ ବୋହୁଟେ

କେତେ ଯେ ଲକ୍ଷ୍ମଣ ରେଖା,

ଟଣା ହୋଇଥାଏ ପରଖିବା ପାଇଁ

କି ସଂସ୍କାରେ ତା ଚାଲି ଲେଖା। 

ଧନ୍ୟ ତାର ଭାଗ୍ୟ ରେଖା,

ଗୋଟେ ଘରୁ ବିଦା ହୋଇ ଶାଶୁ ଘରେ

ଦିଏ ପରୀକ୍ଷା ପରେ ପରୀକ୍ଷା। 


ବୋହୂ ପରା ହେବ ଗୃହ ଲକ୍ଷ୍ମୀ ବୋଲି

ମନେ ବାନ୍ଧି ଶାଶୁ ଆଶା,

କଥାରେ କଥାରେ ନିନ୍ଦେ ତା ବଂଶକୁ

ତା ସଂଠଣା ଓ ତା ଭାଷା। 

ସମାଜର କି ପରିଭାଷା !

ଶାଶୁ ଘରେ ବୋହୂ ସର୍ବଦା ନିନ୍ଦିତା

ଯେତେ କଲେ ସେତେ ଆଶା। 


ଘର ଦ୍ୱାର ଛାଡ଼ି ଶାଶୁ ବି ତ ଦିନେ

ଆସିଥିଲା ବୋହୂ ହୋଇ,

କିପରି ନ ବୁଝେ ବୋହୂର ବେଦନା

ନିଜେ ଅନୁଭବି ହୋଇ। 

ଶାଶୁ ବି ମାଆଟେ ହୋଇ,

ଆଦରନ୍ତା ଯଦି ବୋହୂକୁ ଶ୍ରଦ୍ଧାରେ

ଯା'ନ୍ତା ପରିବାର ସ୍ଵର୍ଗ ହୋଇ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract