STORYMIRROR

Prasanta kumar das thn

Abstract

3  

Prasanta kumar das thn

Abstract

ପାରାବାର ସେଇ ସ୍ମୃତି

ପାରାବାର ସେଇ ସ୍ମୃତି

1 min
112


ଭୁଲି ହୁଏ ନାହିଁ ଭୁଲେଇ ହୁଏନି

                 ରହିଯାଏ ମନ ଭିତରେ,

କ୍ଷଣ ପ୍ରତିକ୍ଷଣେ ମନେ ପଡି ଯାଏ

                 ପ୍ରତିଟି ହୃଦୟ କୋଣରେ ।


ସ୍ମୃତି ସିନା ଅଟେ ସମୁଦ୍ର ଜୁଆର

                  ଆସେ ପୁଣି ଫେରିଯାଏ,

ଦେଖି ଦେଲେ ତାକୁ ମନରେ ଭାବନା

                  ଜାଗ୍ରତ ହୋଇଯାଏ ।


ମନରେ ଆନନ୍ଦ ଭରିଦିଏ ସିନା

             ପ୍ରକାଶଇ ଦିଏ ଚଞ୍ଚଳତା,

ସମୁଦ୍ର ପରି ସେ ଗଭୀର ଅଟଇ

              ଭାଙ୍ଗି ପାରେ ନାହିଁ ଦଇବ ବିଧାତା ।


କେବେ ଦିଏ ଖୁସି କେବେ ଦିଏ ଦୁଃଖ

              ଜୀବନ ସମୟ ପଥରେ,

ସାରା ଦିନ ପାଇଁ ରଖିଦେବି ତାକୁ

              ଭାବିକି ଅଭୁଲା ସ୍ମୃତିରେ ।


ସ୍ୱଚ୍ଛ,ନିର୍ମଳ ପରି ସେ ଅଟଇ

               ଦାଗ ନ ଲାଗଇ କେବେ,

ଚିର ଅମର ସେ ହୋଇରହିଯିବ

               ମରିବ ନାହିଁ ସେ କେବେ l

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract