STORYMIRROR

Manaswinee Dash

Abstract Inspirational

3  

Manaswinee Dash

Abstract Inspirational

ପରିବେଶ ଜୀବନ ସଂପର୍କ

ପରିବେଶ ଜୀବନ ସଂପର୍କ

1 min
218

ଆକାଶରେ ଘନ କଳା ମେଘର ଆସ୍ତରଣ, 

ବରଷା ର ଆଗକୁ ରାସ୍ତା ଦିଶୁନି, 

ଚିନ୍ତାଗ୍ରସ୍ତ ମୁଁ ବାହାରିଗଲି ହାତରେ ଛତା ନେଇଣ, 

କାହାରି ବାରଣ ମୁଁ ଶୁଣିଲିନି। 


ବରଷା ର ସେମିତି ଛତା ଧରି ରହିଲି ଛିଡା ହୋଇ, 

ଜୀବନର ମୋ ପ୍ରତି ଅନ୍ଯାୟ ସହି ପାରୁନାହିଁ, 

ଜୀବନ ପ୍ରତି ବିତ୍ରୁଷ୍ଣା ଯାଇଛି ହୋଇ, 

ଜୀବନ ହାରିବା ପାଇଁ ଚାଲି ଆସିଥିଲି ମୁହିଁ। 


ହଠାତ୍ ସୁର୍ଯ୍ୟ କିରଣ ଓଦା ହାତରେ ପଡି ଚକ୍ ଚକ୍ କଲା, 

ଘନକଳା ମେଘ ଗଲା ଅପସରି, 

ଚତୁର୍ପାର୍ଶ୍ୱ ଉଜ୍ଜ୍ବଳ ଦେଖାଗଲା, 

ସତେ ଯେମିତି କହିଲା,

 ଜୀବନର କଳା ମେଘ ଦୂର ହବ ତୋହରି। 


ଜୀବନର ସତ୍ଯତା ଗଲା ଶିଖେଇ, 

ଜୀବନର କଷ୍ଟ କିଛି କ୍ଷଣ ପରେ ଯାଏ ଦୂର, 

ତେଣୁ ସଂଯମ ରଖିବା ଭାଇ, 

ତାପରେ ଦିନେ ଜୀବନ ଚମକିବ ସୁର୍ଯ ପରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract