STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ଭିନ୍ନତା ଭିତରେ ଏକତା

ଭିନ୍ନତା ଭିତରେ ଏକତା

1 min
193

କାଶ୍ମୀର ଠାରୁ କନ୍ୟାକୁମାରୀ

ପରିବ୍ୟାପ୍ତ ଅଟେ ଦେଶ ମୋହରି

ଭିନ୍ନତା ଭିତରେ ଦିଶଇ ଏକତା 

ବିଶ୍ୱରେ ବିଦିତ ଏହାର ଧର୍ମନିରପେକ୍ଷତା।

ଉତ୍ତରରେ ଗିରି ହିମାଳୟ ମୁକୁଟ ପରାଏ

ପୂର୍ବରେ ବଙ୍ଗୋପସାଗର ସୌନ୍ଦର୍ଯ୍ୟ ବଢ଼ାଏ

ଦକ୍ଷିଣରେ ଭାରତ ମହାସାଗର ଚରଣ ଧୁଏ

ପଶ୍ଚିମରେ ଆରବ ସାଗର ବଣିଜ କରାଏ।

ଭିନ୍ନ ଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ବେଶଭୂଷା

ଭିନ୍ନ ସଂସ୍କୃତି ଆଉ ଭିନ୍ନ ଭିନ୍ନ ଭାଷା

ଭିନ୍ନ ମତ ମଧ୍ୟେ ଏକତା ହିଁ ପରିଭାଷା

ଜଗତେ ପ୍ରସିଦ୍ଧ ଭାରତର ଏହି ଭିନ୍ନ ଗାଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract