STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଅତୀତ

ଅତୀତ

1 min
185


କିମ୍ପା ଚିନ୍ତା ତୋର ଅତୀତର ପାଇଁ?

  ହୋଇଛି ଅତୀତେ ଯାହା,

ବର୍ତ୍ତମାନ ପାଇଁ ଚିନ୍ତା କର ଭାଇ

  କର୍ତ୍ତବ୍ୟ ତହର ତାହା।


ଅତୀତେ ଘଟିଛି ଯାହା କିଛି ମାର୍ଗେ

  ଫେରିବ ତାହାତ ନାହିଁ,

ବୃଥା ଚିନ୍ତା ତୋର କାହିଁ ପାଇଁ ତହିଁ

   ଅଟେ ବର୍ତ୍ତମାନେ ଯହିଁ।


କର୍ମ ଜ୍ଞାନ ବଳେ ଚିନ୍ତା ବର୍ତ୍ତମାନେ

  କର୍ତ୍ତବ୍ୟ ଅଟେ ଜୀବନେ,

ନିସ୍ବାର୍ଥ ଭାବନା ରଖି ହୃଦ କଣେ

  କର କର୍ମ ବର୍ତ୍ତମାନେ।


ସଫଳତା ପାଇଁ ଚିନ୍ତା ବର୍ତ୍ତମାନେ

  କର କର୍ମ ଯୋଗୀ ହୋଇ,

ଭକ୍ତି ଜଗନ୍ନାଥେ ପ୍ରେମ ଶ୍ରଦ୍ଧା ପ୍ରୀତି

  ରଖ ଭକ୍ତିଭାବ ହୋଇ।


କର୍ମ ବଳୁ ନିଶ୍ଚେ ବିଜୟ ହୋଇବୁ

  ପରାଜୟେ କିମ୍ପା ଚିନ୍ତା?

ଜୟ ପରାଜୟ ଜୀବନର ଶୁତ୍ର

  କର୍ମ ପାଇଁ କର ଚିନ୍ତା।


ଭୁତ ଭବିଷ୍ୟତେ ନକରିଣ ଚିନ୍ତା

  କର ଚିନ୍ତା ବର୍ତ୍ତମାନ,

ସତ୍ୟ ତ୍ୟାଗ ଧର୍ମ ଆୟୁଧ କରହେ

  ଦିଅ ବର୍ତ୍ତମାନ ଧ୍ୟାନ।


ଜ୍ଞାନ ବଳୁ କର କର୍ମର ଚୟନ

  ବର୍ତ୍ତମାନ ପାଇଁ ଯାହା,

ପୂରଣ କରିବୁ କର୍ତ୍ତବ୍ୟେ ତହର

  ନିତ୍ୟେ କରିବାର ଯାହା।


ଧ୍ୟାନ ଦିଅ ତହିଁ କର୍ମଯୋଗୀ ହୋଇ

   କର ଜଗନ୍ନାଥ ଭକ୍ତି,

କର ରାଷ୍ଟ୍ର କାର୍ଯ୍ୟ ସମର୍ପଣ ଭାବେ

   ରହୁ ଜୀବ ପ୍ରତି ଭକ୍ତି।


କାଲି ପାଇଁ ଚିନ୍ତା ନକର ଜୀବନେ

  କରନି ଅତୀତ ଚିନ୍ତା,

ଆଜି ପାଇଁ ଚିନ୍ତା କରିବା କର୍ତ୍ତବ୍ୟ

  ତହିଁ କୃଷ୍ଣ ପଦେ ଚିନ୍ତା।


ତେବେହିଁ ମନୁଷ୍ୟ କର୍ତ୍ତବ୍ୟ ପାଳନ

  ସୃଷ୍ଟି କର୍ତ୍ତାଙ୍କର ନୀତି,

ଏହୁ ନୀତି ହେଉ ବିଭୂଷଣ ହୃଦେ

   କର୍ମ ବର୍ତ୍ତମାନ ନୀତି।


ଛାଡ଼ ଚିନ୍ତା ତୁହି ଅତୀତ ଘଟଣା

  କରନି ଭବିଷ୍ୟ ଚିନ୍ତା,

ବର୍ତ୍ତମାନେ ଚିନ୍ତା ରଖି କର୍ମପଥେ

  କରହେ କାଳିଆ ଚିନ୍ତା।


କାର୍ଯ୍ୟ ବର୍ତ୍ତମାନେ ଗୌରବ ଆଣିବ

  ଇତିହାସ ହେବ ତୋର,

ଇତିହାସ ପୃଷ୍ଠା ଦେବ ତୋତେ ସ୍ଥାନ

  ଗୁଞ୍ଜୁ ଥିବ ସ୍ମୃତି ତୋର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract