STORYMIRROR

Abanikanta Sahu

Abstract Classics Inspirational

4  

Abanikanta Sahu

Abstract Classics Inspirational

ସମର୍ପଣ

ସମର୍ପଣ

1 min
251


ଛନ୍ଦା ଚରଣ ଛନ୍ଦ, ଆଚରି କି ବିପଦ

ଛନ୍ଦିଲ ଛାଡିବା ବେଳରେ ହେ

ଛାମୁଙ୍କ ନାମ ମୁଖରେ ବନ୍ଦନାର ସୁଖ

ଛଡାଇ ନେଇ ଦୁଃଖ ଦେଖ ହେ..।


କି ମୁଁ ହୀନ, କିଞ୍ଚନ, ଛଡାଇ କି ଭୋଜନ

କରିଲି ଉଣା ତୁମ ଅନ୍ନ ହେ

ପ୍ରସାଦ ସମ ମଣି, ଅନ୍ନ ଅର୍ପଣ କରି

ଭୁଞ୍ଜିବା କିବା ଅପରାଧ ହେ..?


ପଦ୍ମମୁଖ ବିମୁଖ, କିମ୍ପାଇଁ? ଦିଅ ଦୁଃଖ

ପଦ,କରକୁ ପଙ୍ଗୁ କରି ହେ

କରେ ତୁମର ନାମ, ବନ୍ଦନା କି ଜଣାଣ

ଲେଖିବା କି ହେଲା ଅମାନ୍ୟ ହେ..।


ଯେ ହସ୍ତ ଯୋଡି ତୋତେ, ସମର୍ପଣ ନିମନ୍ତେ

ଉର୍ଦ୍ଧ୍ବରେ ଉଠାଇ ସୁମରେ ହେ

ଅକାମି କଲ କିମ୍ପା? ନକଲ ଅନୁକମ୍ପା

ବାହୁଡା ବେଳେ ହସ୍ତ ଯୋଡ଼େ ହେ..।


ମୁଖରେ ତୁମ ନାମ, ଶେଷରେ ଉଚ୍ଚାରଣ

କିବା ନହେବ ମହାବାହୁ ହେ

ଆର୍ତ୍ତୀର ଡାକ ଶୁଣ, ହେ ପ୍ରଭୁ ଆର୍ତ୍ତତ୍ରାଣ

ଆରତେ ଡାକେ ଶେଷ କ୍ଷଣ ହେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract