ମୋ ଗାଁ ମୋ ମାଟି
ମୋ ଗାଁ ମୋ ମାଟି
ନିଜ ଗାଁ ମାଟି ପାଣି ପବନ,
ଗାଁ ବିଦ୍ୟାଳୟ ଚାଳ ଦୋକାନ,
ଶ୍ରାବଣ ମାସର କାଦୁଅ ରାସ୍ତା
ଫଗୁଣ ମେଳଣ ଦୋଳି ର କଥା,
ସବୁ ହେଲା ଦୂର ବିଦେଶ ଯାଇ
ମା ମାଟି ବାସ୍ନା ମିଳଇ ନାହିଁ ।
ଏଇ ଘର ଏଇ ଶାଗ ପଟlଳି
ସବୁ ଏକା କିନ୍ତୁ ନୁହେଁ ସେ ଭଳି,
ଏ ତୁଳସୀ ମନ୍ଦl ଏ ଅଗଣା ଫୁଲ
ସବୁ ଏକା କିନ୍ତୁ ଲାଗେନା ଭଲ,
କହ ଜହ୍ନ ମାମୁଁ ଆକାଶେ ଥାଇ
ତୁ ତ ଦେଖୁଛୁ ମୋ ଗାଁ ଯାଇ ।
ସବୁ ଏକା ଭଳି ଲାଗେନା କିମ୍ପା
ଜନ୍ମ ମାଟିରମୋ କି ହେବ ଦେଖା,
ପେଟ ପାଟଣା କୁ ବିଚାର କରି
ସାତ ସମୁଦର ଡେଇଁ ଆସିଲି ।
ହେ ସୂର୍ଯ୍ୟଦେବତା ଆଶିଷ ଦିଅ
ଦେଖିବି ମୁଁ ମୋ ମାଆ ର ମୁହଁ,
ମାଆ ଜନ୍ମ ଭୂମି ପାଳି ଛି ମୋତେ
ତାହାରି କୋଳରେ ଖେଳି ଛି କେତେ ।
ବାଳାହକ ବେଗେ ଯାଇ କହିବ
ମୋ ଅଗଣା ମଲ୍ଲୀ ନିତି ଫୁଟିବ,
ବଉଳ ଗଛରେ ଫୁଲର କଳି
ନିଇତି ଫୁଟିବ ପାଖୁଡା ଝାଡ଼ି ।
ବାଡ଼ି ଆମ୍ବ ଗଛ ପେନ୍ଥl ବଉଳ
ଟଗର ଓ ଜୁଇ ଚମ୍ପା ତମlଳ,
ମୋ କେତି ଆଇ ରାଶି ନଡ଼ିଆ
ରଖିବ ମୋପାଇଁ ପିଠା ପୋଡୁଆ ।
ପତ୍ର ପୋଡା ଶାଗ କେରାଣ୍ଡି ମାଛ
କଖାରୁ ବଡ଼ି କୁ ଆମ୍ବ ର ଛେଚ,
ରୁଚୁନି ଏ ରୋଟି ରାଜମା,ପନିର
କଢି ଭାତକି ଏ ଛୋଲେ ପୁରି,
ମୋ ପାଇଁ ରୁଚକ ପଖାଳ କଂସା
ବlସି ତୋରାଣି ଓ ଆଳୁ ର ଚୋଖା ।
କହଲୋ ବଉଳ କେବେ ଆସିବ
ସେଦିନ ମୋମଥା ମାଟି ଛୁଇଁ ବ,
କାଳିଆ ଠାକୁର ପାଖରେ ଅଳି
ଶିଘ୍ର ସେ ଆଶିଷ କରିବେ ବୋଲି ।
