STORYMIRROR

Panchanan Jena

Romance

4  

Panchanan Jena

Romance

ଜୈସାଲମିର୍ ବୁନ୍ଦାବୁନ୍ଦି

ଜୈସାଲମିର୍ ବୁନ୍ଦାବୁନ୍ଦି

1 min
311

ପ୍ରଥମ ପ୍ରେମର ଅମର ଛୁଆଁ

ଆଖିରେ ଓଠରେ କାମନା ନିଆଁ

ବାରୁଣୀ ସ୍ନାନର ଡବଲ କିମିଆଁ

ଯେବେ ନାଚେ ମନରେ

ଉଙ୍କି ମାରେ ଭାବନାରେ

ଗାଧୋଇବା ବେଳେ ସ୍ପର୍ଶରେ  ।


କହି ପାରିବିନି 

କ'ଣ ସବୁ ହେଇଯାଏ

ଦେହ ହାତ ସିର୍ ସିର୍

ଅପୂର୍ବ ସିହରଣ ଚୁର୍ ଚୁର୍

ସେହି ଗନ୍ଧ ସେହି ଦୃଶ୍ୟ

ସବୁ ଆକ୍ତାମାକ୍ତା କରି ପକାନ୍ତି

ଅଣନିଃଶ୍ଵାସୀ କରି ମାଡି ବସନ୍ତି

କାବୁ କରନ୍ତି କ୍ଷଣିକ ଉନ୍ମାଦନ ।


ମରୁଭୂମୀରେ ତୃଷାର୍ତ୍ତ ପଥିକ

ପାଣି ମୁନ୍ଦାଏ ପାଇଁ ଡହଳ ବିକଳ

ମିଳିଗଲେ ପାଣି ବୋତଲ

ମୁଁହ ଲଗେଇ କେଇ ଢୋକ ପିଇବ ସିନା

ମୁଁହ କପାଳ ଚିବୁକ ଧୋଇ

ଆତ୍ମତୃପ୍ତି ପାଇବ କ୍ଷଣିକ ବିନୋଦନ ।


ଆଜିର ଅବସ୍ଥା ଚକ୍ର

ମିଳିବା ମିଶିବାରେ ଶତ ସହସ୍ର ବକ୍ର

ଲଙ୍ଗଳା ପୁଙ୍ଗୁଳା ଦେହ ମନ

ମାନୁ ନାହିଁ ରାତି ଦିନ ଶୟନ ଚୁମ୍ବନ

ଧୂଆ ଧୋଇ ପରେ ଶାନ୍ତି

ଉଠିଥିବା ତୋଫାନ ଥମି ଯାଇଛି ବୋଧେ

କେଇ ଘଣ୍ଟା ପରେ ପୁଣି ଉତ୍ଥାନ ।


ପ୍ରଥମ ମିଳନ ବିନୋଦନ

ଆଜିର ଗହଳ ବହଳ ବର୍ଷଣ

କେବଳ ଏତିକି ଅନ୍ତର

ଶ୍ରାବଣ ମାସରେ ମୌସିନରାମ 

ଜୈସାଲମିର୍ ବର୍ଷା ବୁନ୍ଦା ବୁନ୍ଦି

ପ୍ରଥମ ନିତି ଦିନିଆ ଜୀବନ

ଦ୍ଵିତୀୟ ଅଦ୍ଵିତୀୟ ଅତୀନ୍ଦ୍ରୀୟ 

ଆନନ୍ଦଦାୟୀ ଅମୃତମୟ ସୋପାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance