STORYMIRROR

LALIT MOHAN DASH

Romance

4  

LALIT MOHAN DASH

Romance

ହସ ଅମୂଲ୍ୟ ସମ୍ପଦ

ହସ ଅମୂଲ୍ୟ ସମ୍ପଦ

1 min
316


ହସ ଅମୂଲ୍ୟ ସମ୍ପଦ ଜଗତରେ

ହୁଅଇ ଆତ୍ମ ବିଭୋର ,

ହସର ପସରା ଦୁଃଖକୁ ପାସରା

ଆଣିଦିଏ ମନୋହର ।।

ହସ କରେ ଜାଦୁଗର ଲେପନ ରେ

ସୌନ୍ଦର୍ଯ୍ୟ ମୟ ଚେହେରା,

କୋହକୁ ଦବାଇ ହସିଥାଇ ପାରି

ଦେଇଦିଏ ସୁଖ ଭରା।।

ହସବିନା ଜୀବନଟି ହାହାକାର

ହସ ଅମୂଲ୍ୟ ଭଣ୍ଡାର,

ମହୋଷୌଧ ଗୁଣଅଛି ତାରି ପାଖେ

କରଇ ଆରୋଗ୍ୟ ସାର ।।

ସଂସାର ବକ୍ଷରେ ହସର ମହତ

ମୁଖ୍ୟ ଉପହାର ଅଟେ,

ନୃଆ ଯୌବନକୁ ସମତୁଲ କରି

ଅସରି କୁହୁକ ଘଟେ।।

ଲୁହକୁ ଲୁଚାଇ ହସର ଛଳନା

ମିଛ ମିଛିକା ଆସଇ,

ମିଛ ହେଉ ପଛେ ହସର ମହକ

ଦିଗଦିଗନ୍ତା ଭାସଇ ।।

ହସର ପୁଟୁଳି ବାଣ୍ଟିଲେ ମିଳଇ

ଅପାର ଅହମିକା,

ଅନ୍ୟକୁ ହସାଇ ନିଜେ ହସିପାରି

ଏକ ମହାନଭୂମିକା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance