STORYMIRROR

LALIT MOHAN DASH

Romance Inspirational

4  

LALIT MOHAN DASH

Romance Inspirational

ମୁଁ ଅଛି

ମୁଁ ଅଛି

1 min
285


ମୁଁ ଅଛି 

ତୋ ଚାରି ପାଖେ 

ତୋ ନିଶ୍ୱାସ ପ୍ରଶ୍ୱାସରେ 

ଓଠର ହସରେ 

ଆଖିର ଲୁହରେ 

ତୋ ପ୍ରେମରେ, ତୋ ଜ୍ଞାନରେ 

ତୋ ଭକ୍ତିରେ ତୋ ପ୍ରାର୍ଥନାରେ,

ମୁଁ ବି ରହିଛି 

ଅନ୍ନରେ,ପାଣିରେ,ପବନରେ ।


ତୋ ପାଇଁ ତ ମୁଁ 

ଅକ୍ଷର ବ୍ରହ୍ମ, ନାମ ବ୍ରହ୍ମ 

ଚାରିଆଡ଼ ପରିବ୍ୟାପ୍ତ ସକାଳ ଘଟରେ,

ମୁଁ ଆକାଶର ନୀଳ ରଙ୍ଗ 

ତାରା,ସୂର୍ଯ୍ୟ,ଚନ୍ଦ୍ର 

ପ୍ରେମ ମୁଁ, ଶକ୍ତି ମୁଁ 

ଧର୍ମ ମୁଁ, କର୍ମ ମୁଁ

ଧର୍ଯ୍ୟ ମୁଁ, ବିଶ୍ୱାସ ମୁଁ 

ଜ୍ଞାତ ପରିଜନ, ପିତାମାତା ମୁଁ 

ମୁଁ ଜୀବନ, ମୁଁ ମୃତ୍ୟୁ 

ମୁଁ ଦୃଶ୍ୟ, ମୁଁ ଅଦୃଶ୍ୟ 

ମୁଁ ଅନନ୍ତ, ମୁଁ ଚିରନ୍ତନ ।


ତୁ ଅହଂକାର ଛାଡ଼ି ଦେ 

ତୋତେ ମୁଁ ଚିହ୍ନାଇଦେବି 

ତୁ କିଏ, ମୁଁ କିଏ 

ମୋହ ମାୟା ଭୁଲିଯା

ଭୁଲିଯା, ତୁ ଗୋଟେ ଦେହର ମାଲିକ 

କାହା ହୃଦୟ ସମ୍ରାଟ, 

ଶୂନ୍ୟ କରିଦେ ତୋତେ 

କୁଣ୍ଢାଇଧର ମୋତେ  

ମୁଁ ଅଛି ତୋ ଚାରି ପାଖେ 

ମୁଁ ଶୂନ୍ୟ ଶୂନ୍ୟ ମହାଶୂନ୍ୟ 

ଅନନ୍ତ ପ୍ରସାରିତ 

ସବୁରୁପରେ ମୁଁ ଅଛି 

ସେହି ରୂପରେ ମୋତେ ଦେଖ

ସେହି ପ୍ରାପ୍ତିରେ ଆନନ୍ଦ 

ସେହି ଆନନ୍ଦରେ ମୁଁ ପରମାନନ୍ଦ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance