STORYMIRROR

DHARITRI SAHU

Romance

4  

DHARITRI SAHU

Romance

ପ୍ରଥମ ଛୁଆଁ

ପ୍ରଥମ ଛୁଆଁ

1 min
337


ପ୍ରଥମ ଟୋପାର ପ୍ରଥମ ଛୁଆଁ ରେ

ପ୍ରକୃତି ନବ ନହୁଲି,

ହଜିଗଲା ତାର ହୃଦୟ ଆହୋସ

ଶୋଇଗଲା ଗଡଘାଲି।


ଖୋଲିଗଲା ତାର ଗଭାର ଗଜରା

ଫିଟିଲା କୁଚ କାଞ୍ଚେଲା,

ଅସଜଡା ଗଭା ବାସ ମହକିଲା

ସବୁ ହେଲେ ମତୁଆଲା।


ପ୍ରକୃତି ରାଣୀର ପ୍ରେୟସୀ ମନଟା

ପ୍ରିୟତମ ବାଟ ଚାହିଁ,

ପୃଥିବୀ ବୁକୁରେ ଲୋଟି ଖେଳୁଅଛି

ଅବଗୁଣ୍ଠନ ରେ ରହି।


ଭିଜା ମାଟି ବାସ୍ନା ,ଶୀତୁଆ ମଳୟ

ଦାଉ ସାଜୁଛନ୍ତି ଦେଖି,

ଲାଜୁଆ ଆଖିର ନିମିଳିଷ ପତା

ମେଘ ମହ୍ଲାର ଖୋଜୁଛି।


ପ୍ରିତି ପୁଷ୍ପ ହାର ଏକାନ୍ତେ ନିବିଡ଼େ

ଇପ୍ସିତ ଗଳାରେ ଦେବ,

ପ୍ରେମ ଫଲଗୁ ବୋଳି ପ୍ରିୟତମ ଗାଲେ

ବୁକୁରେ ଲୋଟି ସେ ଯିବ।


ଆସୁଛି ନେଇ ସେ ରୁପାର ଶବାରୀ

ସୁନା କନିଆଁ ର ପାଇଁ ,

ବିଜୁଳି କନିଆଁ ସହିପାରୁ ନାହିଁ

ଛାଟି ପିଟି ହୁଏ ରହି।


ବଉଦ ର ଡି.ଜେ. ଛାତି ଥରାଉଛି

ନାଚୁଛି ବରଷା ରାଣୀ,

ମେଘ ରାଜା ଆସେ ପ୍ରକୃତିର ପାଶେ

ଜଗତ କଲ୍ୟାଣ ଠାଣି।


ଚାହିଁ ରହିଛନ୍ତି ତୃଣ ବନରାଜୀ

ଉଦ୍ଧିଦ ଜଗତ ମେଳେ,

ସାଜି ବରଯାତ୍ରୀ ପ୍ରାଣୀ ର ଜଗତ

ନାଚନ୍ତି ଆଜି ସକଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance