STORYMIRROR

Satyanarayan Sahoo

Romance Classics Inspirational

4  

Satyanarayan Sahoo

Romance Classics Inspirational

ମହାସତୀ ବୃନ୍ଦାବତୀ

ମହାସତୀ ବୃନ୍ଦାବତୀ

1 min
300


ମହାସତୀ ବୃନ୍ଦାବତୀ ସତୀ ଶିରୋମଣି

ଜଳନ୍ଧର ରାକ୍ଷସର ଥିଲେ ସେ ଘରଣୀ ।

ଜଳନ୍ଧର ରାକ୍ଷସକୁ କରିବାକୁ ବଧ

ନାନା ମାୟା ରଚି ଘୋର ତର ଅପରାଧ ।

କରି ହରି ହରି ଥିଲେ ସତୀତ୍ୱ ତାହାର

ଦୀର୍ଘ ଦିନ ଧରି କଲେ ତା'ସହ ବିହାର ।

ଶେଷରେ ଆପଣା ରୂପ ଧରନ୍ତି ଶ୍ରୀହରି

 ବୃନ୍ଦାବତୀ ପ୍ରଭୁଙ୍କର ମାୟା ଜାଣି ପାରି ।

ଅତି ଅନୁତପ୍ତ ହୋଇ ଦେଲା ଅଭିଶାପ

ସତୀତ୍ୱ ହରଣ ଦୋଷ ଯେ ପାପ ଅମାପ ।

ଦେବ କାର୍ଯ୍ୟପାଇଁ ପ୍ରଭୁ ହୋନ୍ତି ଅବତାର

ଦେବଙ୍କର ହିତେ ଜଳନ୍ଧରର ସଂହାର ।

କରି ସାଦରେ ଆଦରି ନେଲେ ଅଭିଶାପ

ସତୀତ୍ୱ ହରଣେ ହରି ଜଳନ୍ଧର ରୂପ ।

କୂଟ ରଚିଛନ୍ତି ଜାଣି ସତୀ ବୃନ୍ଦାବତୀ

ପ୍ରାଣ ତେଜିବାକୁ ବେଗେ ହୋନ୍ତି ଛାଟିପିଟି ।

ନିବର୍ତ୍ତାଇ ତାଙ୍କୁ ଭାଷୀ କୋମଳ ବଚନ

ବୋଇଲେ ଆପଣା ବାଞ୍ଛା ପ୍ରକାଶ ବହନ ।

ଯେ,ବର ମାଗିଲେ ଆମ୍ଭେ କରିବୁ ପ୍ରଦାନ

ଯହିଁ ଇଚ୍ଛା ଦେଇପାରୁ ସ୍ବର୍ଗ ମୋକ୍ଷ ସ୍ଥାନ ।

କମ୍ପିତ ବଚନେ ସତୀ ଆବେଗ କାତରେ

କି ମାଗିବି , ତୁମପରି ଲମ୍ପଟ ଆଗରେ ।

ସ୍ବାମୀକୁ ମାରିବାପାଇଁ ତୁମର ଛଳନା

ତୁମ ଠାରୁ କ'ଣ ଅବା କରିବି ଯାଚନା ।

ବହୁତ ବୁଝାଇ ତାକୁ କହନ୍ତେ ଶ୍ରୀ ହରି

ଦେବ କାର୍ଯ୍ୟପାଇଁ ହରିଛନ୍ତି ପର ନାରୀ ।

ମହାସତୀ ବୃନ୍ଦାବତୀ ଜଣାଇଲେ ବାଞ୍ଛା

କ୍ଷୁଦ୍ର ବୃକ୍ଷଟିଏ ମୋର ହେବାପାଇଁ ଇଚ୍ଛା ।

ସବୁ ଦେବତାଙ୍କ ପୂଜା କାର୍ଯ୍ୟରେ ଲାଗିବି

ମହୌଷଧି ଭାବେ ରୋଗ କଷ୍ଟ ବିନାଶିବି ।

ଜୀବାଣୁ , ଭୂତାଣୁ ଯେତେ ଅଣୁ ଜୀବଙ୍କର

ଧ୍ବଂସ ପାଇଯିବ ବାଜି ସୌଗନ୍ଧ ମୋହର ।

ପ୍ରାଣୀ ଜଗତ କଲ୍ୟାଣ ପାଇଁ ନିତି ନିତି

ରସାୟନ ଓ ଦୂଷିତ ବାଷ୍ପ ନେବି ଶୋଷି ।

ପଶୁ ପକ୍ଷୀ କୀଟ ସଭିଙ୍କର ଉପକାର

କରୁଥିବି ବିଞ୍ଚି ବିଞ୍ଚି ଦିବ୍ୟ ଶକ୍ତି ଧାର ।

କ୍ଷୁଦ୍ର ହୋଇ ସୁଦ୍ଧା ସଦା , ହେବି ବ୍ଯବହାର

ତଥାସ୍ତୁ କହନ୍ତେ ପ୍ରଭୁ ହେଲା ଏ ପ୍ରକାର ।

 ସତୀ ବୃନ୍ଦାବତୀ ହେଲେ ତୁଳସୀର ବୃକ୍ଷ

ସ୍ଵର୍ଗ ଅପବର୍ଗ ଅବା ନ ମାଗିଲେ ମୋକ୍ଷ ।

ଆଜି ସେହି ଲଭୁଛନ୍ତି ସବୁଠି ଆଦର

ଆବାଳବୃଦ୍ଧବନିତାଙ୍କର ବ୍ଯବହାର ।

ହୋଇ ସାଧୁଛନ୍ତି ହିତ ସେହିଦିନ ଠାରୁ

ଭକ୍ତି ପୂତ ଭାବେ ତାଙ୍କ ଉପାସନା କରୁ ।

ପ୍ରତି ଗୃହ ଅଗଣାରେ ରହି ପୂଜା ପା'ନ୍ତି

 ଚିର ବନ୍ଦିତା ସେ ମହା ସତୀ ବୃନ୍ଦାବତୀ  ।

ନାରୀମାନେ ସଞ୍ଜ ବେଳେ ଜାଳି ସନ୍ଧ୍ୟାବତୀ 

ସତୀ ବୃନ୍ଦାବତୀ ଉପାସନା କରିଥାନ୍ତି  ।

ସବୁ ଦେବତାଙ୍କ ପାଖେ ପତ୍ର ପୂଜା ପାଏ 

ଭୋଗରେ ଲାଗିଲେ ସେହି ତା' ପ୍ରସାଦ ହୁଏ ।


 




Rate this content
Log in

Similar oriya poem from Romance