STORYMIRROR

Panchanan Jena

Romance

3  

Panchanan Jena

Romance

ଛବି ଦର୍ଶନ

ଛବି ଦର୍ଶନ

1 min
134


ସ୍ନେହ ବଢିଲେ ପ୍ରେମ କାହାଣୀ

ପ୍ରେମ ଚଢିଲେ ପ୍ରଣୟ ବାଣୀ

ପ୍ରଣୟ ମାଡିଲେ ସଂପର୍କ ବାୟାଣୀ

ସବୁ ତୁଚ୍ଛ ଲାଗେ

ତୁମ ଲାଜୁଆ ଅଭିମାନ ଆଗେ

ତୁମ ସ୍ନେହିଳ ସମ୍ବୋଧନ ଆଗେ ।


କଟୁକ୍ତି କାଟିଲେ ଲୁହ ଛଳଛଳ

ରାଗୠଷା ଚଷିଲେ କଳହ ଅନର୍ଗଳ

ଗମ୍ଭୀର କଥାବସ୍ତୁରେ ସବୁ ଅସମ୍ଭାଳ

ସବୁ ତୁଚ୍ଛ ଲାଗେ

ତୁମ ଶିଶୁ ସୁଲଭ ସ୍ଵାଭିମାନ ଆଗେ

ତୁମ ଫୁଲ କୋମଳ ସମ୍ମୋହନ ଆଗେ ।


କେଇ ପାଦ ଆଗକୁ ଗଲେ ସଂଶୟ 

କେଇ ପାଦ ପଛକୁ ଗଲେ ଖଣ୍ଡ ପ୍ରଳୟ

ସ୍ଥାଣୁ ଘରକୋଣିଆ ହେଲେ ଦ୍ଵନ୍ଦ ମଳୟ

ସବୁ ତୁଚ୍ଛ ଲାଗେ

ତୁମ କଥା କୁହା ଆଖି ଯୁଗଳ ଆଗେ

ତୁମ ଢଳ ଢଳ ମୂଖ ମୟୂଖ ଆଗେ ।


ନିରୋଳା ମୂହୁର୍ତ୍ତରେ ଓଠଲଗା ପ୍ରେମ ପ୍ରଣୟ

ଶରତ ସଞ୍ଜରେ ଦେହଘଷା ବାହୁ ବଳୟ

ଜ୍ୟୋତ୍ସ୍ନା ବିଧୌତ ଛାତରେ ରଙ୍ଗ ରାସ ଲୟ

ସବୁ ତୁଚ୍ଛ ଲାଗେ

ତୁମ କୁଶଳୀ ଗୃହିଣୀ ଗୃହକରଣୀ ଆଗେ

ତୁମ ଚକୋରୀ ହରିଣୀ ବିରହିଣୀ ଆଗେ ।


ସତ କଥା କହୁଛି ଶୁଣ 

ଜୀବନ ଉଦ୍ୟାନେ ତୁମ ପ୍ରସୁନ ପ୍ରଫୁଲ୍ଲ ମନ

ପ୍ରେମ ପ୍ରଣୟରୁ ଭଲ ଲାଗେ 

ତୁମ ଲାଜ ମିଶା ଅଭିମାନିଆ ବେପଥୁ କଂପନ

ତୁମ ଆରକ୍ତ ଆଖି ଆଇନାରେ ମୋ ଛବି ଦର୍ଶନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance