STORYMIRROR

Pulak Senapati

Romance

3  

Pulak Senapati

Romance

ଅପୂର୍ବ ପୁଲକର ଅନବଦ୍ୟ ମାଧୁରୀ

ଅପୂର୍ବ ପୁଲକର ଅନବଦ୍ୟ ମାଧୁରୀ

1 min
198

ତୁମେ ପ୍ରଣୟବଲ୍ଲରୀ,ତୁମେ ସ୍ଵପ୍ନ ସୁନ୍ଦରୀ,ତୁମେ ଅପ୍ରତ୍ୟାଶିତ ନୀୟତିର ଶ୍ରେଷ୍ଠ ଯାଦୁକରୀ

ହଁ.

ତୁମେ ଅପୂର୍ବ ପୁଲକର ଅନବଦ୍ୟ ମାଧୁରୀ


ସାଗରର ବେଳାଭୂମି କୁ ଯେତେବେଳେ ଢେଉ କରେ ଆଲିଙ୍ଗନ,ଶୁଷ୍କ ବେଳାଭୂମି ହୁଏ ସିକ୍ତ ,ଢେଉର ସ୍ପର୍ଶ ରେ ଫେରି ପାଏ ନବ ଯୌବନ..

ମୁଁ ସେହି ସାଗର ଆଉ ତୁମେ ଲହରୀ

ମୁଁ ଅପୂର୍ବ ପୁଲକ,ତୁମେ ଅନବଦ୍ୟ ମାଧୁରୀ


ମୃଦୁ ମଳୟ ଆବାହନ କରେ ଋତୁରାଜ ବସନ୍ତ କୁ,ବସନ୍ତ ପାରେନା ମନା କରି,ଖୋଲିଦିଏ ତାର ସ୍ନିଗ୍ଧ ସୌମ୍ୟ ବୁକୁ

କେଉଁ ଆଡ଼ୁ ଭାସିଆସେ କୁହୁ କୁହୁ ,ସ୍ବାଗତ କରିବାକୁ ତାର ବହୁ ପ୍ରତିକ୍ଷିତ ଅତିଥି କୁ..

ମୁଁ ବସନ୍ତ ,ତୁମେ କୋଇଲି - ସେ କୁହୁ ତାନକାରୀ 

ମୁଁ ଅପୂର୍ବ ପୁଲକ,ତୁମେ ଅନବଦ୍ୟ ମାଧୁରୀ


ପଦ୍ମିନୀ ର ସଙ୍କୁଚିତ ପାଖୁଡ଼ା କୁ ସୂର୍ଯ୍ୟ କଲେ ଚୁମ୍ବନ,ପଦ୍ମିନୀ ଫେରିଯାଏ ସତୀତ୍ୱ ,ପାଖୁଡ଼ା ତାର ଖୋଲିଯାଏ,ବ୍ୟାକୁଳ ହୁଏ ପ୍ରିୟ କୁ କରିବାକୁ ଆଲିଙ୍ଗନ..

ମୁଁ ସୂର୍ଯ୍ୟ ,ତୁମେ ପଦ୍ମିନୀ - ସେଇ ଅନିଦ୍ୟ ସୁନ୍ଦରୀ

ମୁଁ ଅପୂର୍ବ ପୁଲକ,ତୁମେ ଅନବଦ୍ୟ ମାଧୁରୀ


ଶଶାଙ୍କର ଶୀତଳତା ରେ ଶିହରୀ ଉଠେ ମଳୟରାଗିଣୀ,ଜ୍ୟୋସ୍ନା ବିଧୌତ ରାତିରେ ବି ଝରି ପଡ଼େ ଉଷ୍ମ କାକର ପାଣି,ନିଜକୁ ତରଳାଇ ଦିଏ ଜହ୍ନ,ପାଇବାକୁ ପ୍ରିୟା ର ଅମୂଲ୍ୟ ଚାହାଣୀ..

ମୁଁ ସେହି ଜହ୍ନ,ତୁମେ ମଳୟରାଗିଣୀ

ମୁଁ ଅପୂର୍ବ ପୁଲକ ,ତୁମେ ଅନବଦ୍ୟ ମାଧୁରୀ


ପ୍ରଜାପତି ଟିଏ ବସିଲେ ପୁଷ୍ପ ବକ୍ଷ ରେ, ପରାଗରେଣୁ ସ୍ପର୍ଶରେ ପୁଷ୍ପ ପାଏ ମାତୃତ୍ଵ,ଜୀବନ ଧନ୍ୟ ହୁଏ ତା'ର ,ପ୍ରିୟର ସାନିଧ୍ୟରେ..

ମୁଁ ପାଗଳ ପ୍ରଜାପତି,ତୁମେ ସୁନ୍ଦର ପୁଷ୍ପ - ମନୋହରୀ 

ମୁଁ ଅପୂର୍ବ ପୁଲକ ତୁମେ ଅନବଦ୍ୟ ମାଧୁରୀ


ଚାତକ ର ମୁହଁରେ ବାଜିଲେ ଜଳର ସାମାନ୍ୟ ଛିଟା

ବର୍ଷ ବର୍ଷ ର ପ୍ରତିକ୍ଷା ସାର୍ଥକ ହୁଏ ,ମନର ଶୁଷ୍କ ମରୁଭୂମି ରେ ଆସିଯାଏ ବର୍ଷାର ଘନଘଟା...

ମୁଁ ଚାତକ,ତୁମେ ବର୍ଷା - ମନ ମୟୁରୀ

ମୁଁ ଅପୂର୍ବ ପୁଲକ ତୁମେ ଅନବଦ୍ୟ ମାଧୁରୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance