STORYMIRROR

Pulak Senapati

Romance

4  

Pulak Senapati

Romance

ମରିଚିକା

ମରିଚିକା

1 min
258

   

ପ୍ରେମ ଏକ ସଂଜ୍ଞାହୀନ ପାହାଡ ,

ହଜି ଯାଇଛି କେଉଁ ଶୂନ୍ଯରେ ,ଶୂନ୍ୟକୁ ଛୁଇଁବାକୁ ଯାଇ 


ପ୍ରେମ ଏକ ଅଦିନିଆ ଝଡ,

ଜାଣିନି କାହିଁକି ଆସିଛି ସାମୁକା ର ଅନ୍ୱେଷଣରେ


ପ୍ରେମ ଏକ ଚିରହରିତ ଅରଣ୍ୟ,

ସଜାଇ ରଖିଛି ନିଜକୁ ପ୍ରିୟାର ମିଳନ ଅପେକ୍ଷାରେ


ପ୍ରେମ ଏକ ଭାବନାର ସ୍ତୁପ,

ସାଉଁଟି ରଖିଛି ମନରେ ଅନେକ ପ୍ରଶ୍ନବାଚୀ


ପ୍ରେମ ଏକ ଅସ୍ୱଚ୍ଛ ପ୍ରତିବିମ୍ବ,

ଭୁଲିଯାଇଛି ନିଜ ଗଠନର ମାହାତ୍ମ୍ୟ


କିଏ ବୁଝାଇବ ସେମାନଙ୍କୁ...............

ହେ ଶୁନ୍ୟ! 

    ଥରେ ଛୁଇଁଦିଅନା ପାହାଡକୁ

     ଆଉ କରିଦିଅ ଅନ୍ତ ତା ପ୍ରତୀକ୍ଷାର

ହେ ସାମୁକା!

    ଥରେ କହିଦିଅନା ଝଡକୁ

    ତୁମେଯେ ସମୁଦ୍ର ବକ୍ଷରେ ସମାୟୀତ

ହେ ସବୁଜିମା!

    ଥରେ ବୁଝାଇଦିଅନା ଅରଣ୍ୟକୁ...

   ତୁମେତ ତା ହୃଦୟର ସ୍ପନ୍ଦନ 


ହେ ବିଧାତା !

  କହିଦିଅ ସ୍ତୁପକୁ ତା'ର ସମସ୍ତ ପ୍ରଶ୍ନର ଉତ୍ତର, ଯାହାପାଇଁ ସେ ବ୍ୟସ୍ତ,ବିବ୍ରତ 

  ବୁଝାଇଦିଅ ଆଇନାକୁ ତା ଅସ୍ତିତ୍ବ ର ରହସ୍ୟ-

     ସାର୍ଥକ ହେଉ ତା ଗଠନ ର ମାହାତ୍ମ୍ୟ

ନହେଲେ କହିଦିଅ...

   ଅବୁଝା ପାହାଡକୁ,

   ଅମାନିଆ ଝଡକୁ,

   ନିର୍ବୋଧ ଅରଣ୍ୟକୁ ,

   ଶୁଷ୍କ ସ୍ତୁପ କୁ,ଆଉ ଅସ୍ଵଚ୍ଛ ଆଇନାକୁ...........


ସେମାନେ କାହା ପ୍ରେମ ର ପାତ୍ର ନୁହଁନ୍ତି ।

ତାଙ୍କର ପ୍ରେମ ପବିତ୍ର,ଶାଶ୍ଵତ,ଆଉ ଅତୁଳନୀୟ,

ତଥାପି ଅଲୋଡ଼ା ସେ ପ୍ରେମ,.........."ଏକ ତରଫା" ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance