STORYMIRROR

Pulak Senapati

Inspirational

4  

Pulak Senapati

Inspirational

ଅତୀତ

ଅତୀତ

1 min
19

ଅତୀତ ,

ଅନେକ କାଲି ର ସମାହାର

କିଛି ସ୍ମୃତି ଆଉ କିଛି ଅନୁଭୂତିର ଏକ ସୁନ୍ଦର ବାଲିଘର

ତାରି ଭିତରେ କେନ୍ଦ୍ରୀଭୂତ "ଇତିହାସ" - କାଲିର,ଆଜିର ଆଉ ଆଗାମୀ କାଲିର

ତାରି ପାଇଁ ଘଟି ଯାଇଛି ଦୁଇ ଦୁଇଟି ମହାସମର 

ଖଳନାୟକ ଯାହାର ନେପୋଲିୟନ୍ ,ମୁସୋଲିନି ଆଉ ହିଟଲର୍ ।


ଅତୀତ,

କାଲି ଥିଲା ସ୍ବପ୍ନ ସେଦିନ ର

ଆଉ ଆଜି ଶବ୍ଦର ସମାଧିରେ ସୁସଜ୍ଜିତ, ହେଲେ ନୁହେଁ ମୂଲ୍ୟହୀନ

ଆଜିର ମାନବ ଛୁଇଁଛି ଜହ୍ନ କୁ

ହେଲେ ଅତୀତ ର ସ୍ପର୍ଶ ,

ତା ପାଇଁ ଦିବା ସ୍ୱପ୍ନ

କାଲି ଥିଲା,ଆଜି ଅଛି ଆଉ ରହିଥିବ ସେମିତି 

ଚିରକାଳ ପାଇଁ ।


ଅତୀତ,

ମଧୁର ଆଉ ତିକ୍ତ

ତଥାପି ପାଗଳ ମୁଁ ,ଫେରିବାକୁ ସେଇ ମରୀଚିକା ମୟ ମରୁଭୂମି କୁ,

ଖିଲି ଖିଲି ହସିବାକୁ ତାର ସୁଷମ ସ୍ମୃତି ରେ 

ଆଉ ଛାତି ପିଟି କାନ୍ଦିବାକୁ ତାର ନିଷ୍ଠୁର ପଦଧ୍ଵନି ରେ


ଅତୀତ,

ଉତ୍ତର - ବର୍ତ୍ତମାନର ,ଭବିଷ୍ୟତ ର

କେବଳ ଖୋଜିବା ର ଦୁରତା

ତାପରେ ସବୁ କିଛି ତୁମର ।


ଅତୀତ,

ଅଜର, ଅମର

ତଥାପି ପ୍ରିୟ ସେ 

ମୋର, ତୁମର,ସଭିଙ୍କର

ଭୁଲି ପାର ତୁମେ ତାକୁ 

ସେ କିନ୍ତୁ ଛାଇ ଠାରୁ ବି ନିଜର

ଅତି ଆପଣାର ସାଥୀ ଟିଏ 

ମୃତ୍ୟୁ ଯାଏ ତୁମ ଚିର ସହଚର

ଆଉ ମୃତ୍ୟୁ ପରେ

ତୁମେ ତାର ଆଉ ସେ ତୁମର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational