STORYMIRROR

SOUDAGAR BISWAL

Inspirational

4  

SOUDAGAR BISWAL

Inspirational

ମା ଓ ମମତା

ମା ଓ ମମତା

1 min
363

ଜନନୀ ଜଠର ସୁରକ୍ଷା ବଳୟେ

ବଢୁଥିଲେ ହୋଇ କଢି

ଦଶ ମାସ ଦଶ ଦିନ ଅନ୍ତେ ମାଆ

ଜନ୍ମ ଦେଲା ଅନ୍ତ ଫାଡ଼ି।


ଅମୃତ ଧାରା କୁ ଖୁଆଇ ଯତନେ

ରଖିଲା ରୋଗ ରୁ ଦୂର

କୋଳରେ କୋଳେଇ ହଳଦୀ ତେଲରେ

କରିଲା ତନୁ ସୁନ୍ଦର।


ଟିକି ଚାମଚ ରେ ଖୁଆଏ ଆଦରେ

ଦେଖାଇ ସ୍ବାନ ଓ କାକ

ଚାହିଁ ଥିଲା ବାବୁ କେବେ ସେ ଶୁଣିବ

ତୋର ମାଆ ମାଆ ଡାକ।


ଖିଲି ଖିଲି ତୁହି ହସି ଦେଲେ ଟିକେ

ମାଆ ବାଇଆଣୀ ହୁଏ

କାନ୍ଦିଲେ ଓ ଲୋ କିଏ ମାଇଲା ଲୋ

ବଦମାସ୍ ପିମ୍ପୁଡ଼ି ଟାଏ।


ତୁନି ନହୋଇଲେ ଉପରକୁ ଚାହିଁ

ଭାଇକୁ ଦେଖାଏ ତା'ର

ଜହ୍ନ ମାମୁଁ ଖସ ମୋ ଧନ ହାତରେ

ସ୍ନେହ ତା ଅମୂଲ୍ୟ ଅପାର।


ବାଛି ବାଛି ରଖେ ସୁସ୍ବାଦୁ ପଦାର୍ଥ

ତୋହରି ଆନନ୍ଦ ପାଇଁ

ପଣତ ଶେଯ ତା ଆହାକି ସୁନ୍ଦର

ତୁ ଯାଉ ନିଦରେ ଶୋଇ।


ରାତି ରାତି ମୁତ ଆଣ୍ଠୁଏ ଓଦାରେ

ଶୋଇ ଥାଏ ଆମ ମାଆ

ଦୁନିଆ ଦାଣ୍ଡରେ ତାହାରି ସମାନ

ନାହିଁ ରେ ନାହିଁ ରେ ବାୟା।


ମା ଗର୍ଭ ଧାରୀ ତୋହରି ଓଜନ

ବହଇ ଉଦର କୋଣେ

ମା ଓ ମମତା ଭୁଲି ଯିବା ନାହିଁ

ସକଳ ତୀର୍ଥ ଚରଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational