STORYMIRROR

SOUDAGAR BISWAL

Others

3  

SOUDAGAR BISWAL

Others

କଳ୍ପନା

କଳ୍ପନା

1 min
171

ବଡ଼ ହେବା ପାଇଁ ଏହି ଦୁନିଆରେ

କଳ୍ପନା କିଏ ନକରେ

ସବୁ କଳପନା ସତ କି ହୁଅଇ

ଏ ନର ବୁଝି ନପାରେ।।


ସତ କରିବାକୁ କଳପନା ସବୁ

ଶତ ଚେଷ୍ଟା କରି ଥାଏ

ଅପ କରମରେ ମତି ଭ୍ରମ ହୁଏ

ଏକଥା କୁ ଭୁଲି ଯାଏ।।


ନର ସଂହାର ଓ ଶୋଷଣ ଅନ୍ୟାୟ

ଖେଳ କରେ ବାମ ହାତେ

ଜିଇଁ ରହିବାକୁ ଚିର ମନେ ଭାବେ

ସୁଖ ଦେଖୁଥାଏ ଅର୍ଥେ।।


ସବୁ ଶେଯ କିବା ଶୟନର ଶେଯ

କା ପାଇଁ ପାଲଟି ଥାଏ

ଶବ ଶେଯ ମାତ୍ର ଛଅ ଖଣ୍ଡି ବାଉଁଶ

ଏକଥା ପାଶୋରି ଦିଏ।।


ଅପରାଜିତା ସେ ଭାବୁ ଥାଏ ହେବ

କେହି ପାରିବେନି ଜିଣି

ଖୁସି ଦିନ ସବୁ ବେଗେ ଯାଏ ଚାଲି

ଦୁଃଖ ପାଦ ଯାଏ ଗଣି।।


ଏତିକି ନବୁଝି ତୁଛାକୁ କାହିଁକି

ଏତେ ପାପ କରି ଥାଏ

ସବୁ ଫେରିଗଲେ ଶବ ହୋଇ କରି

ତଥାପି ମୋହରେ ରହେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍