STORYMIRROR

SOUDAGAR BISWAL

Others

4  

SOUDAGAR BISWAL

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
306

ତୁମକୁ ଅପେକ୍ଷା କରିଲି ସଜନୀ

ତୁମ ଗାଆଁ ତୋଟାର ମାଳେ

ପ୍ରେମ ଦିବସରେ ପ୍ରେମ କରିବାକୁ

ଗୋଧୂଳି ଲଗନ ବେଳେ।।


ପ୍ରତ୍ଯୁଷୁ ପ୍ରତୀକ୍ଷା ପ୍ରଦୋଷ ତମାମ

ତୁମେ ଆସିଲନି ପ୍ରିୟେ

ଗୋଲାପ ଝାଉଁଳି ସରମୀ ଗଲାଣି

ଦରଜ ହେଲାଣି କାୟେ।।


ମଲମ ତୁମେ ତ ମୋ ପାଇଁ ସାଥି

ମନସା ବୁଝିଲ ନାହିଁ

ଦରଜ ମରିବ କେମିତି କୁହ ଗୋ

ହୁଏ ମନ ହାଇଁ ପାଇଁ।।


ତୁମେ କି ଜାଣିନ ଅପେକ୍ଷା କରିବା

କଷ୍ଟ ଦିଏ ମନେ କେତେ

କଥା ଦେଇ କାହିଁ ଆସିଲ ନାହିଁ ଗୋ

ତୁମ ପ୍ରିୟ ଝୁରୁ ଥାଇ।।


ଏଇଠି ପଡିଲା ଗୋଲାପ ମୋହର 

ଚାହିଁ ତୁମ ବାଟ ସାଥି ।।

ଶୁଖିଲା ଗୋଲାପ ନୁହେଁ ପ୍ରିୟା ମୋର

ପ୍ରେମ ଗଲି ତହିଁ ମାଖି ।।


ଛୁଇଁ ଦେବ ଟିକେ ତୁମରି ହାତରେ

ପାଇଯିବ ଜୀବ ଇଏ

ତୁମ ହାତ ଯାଦୁ ପରସ ପାଇଲେ

ଭିଜିବ ମୋ ପ୍ରାଣ ହାଏ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍