STORYMIRROR

SOUDAGAR BISWAL

Others

3  

SOUDAGAR BISWAL

Others

ପରିବାର

ପରିବାର

1 min
183

ଯେଉଁ ସ୍ଥଳେ ଜନ୍ମି ପ୍ରତ୍ୟେକ ମନୁଷ୍ୟ

ଆଶକ୍ତିରେ ବାନ୍ଧି ହୁଏ

ପିତା ମାତା ଭ୍ରାତୃ ଭଗିନୀ ଗହଣେ

ପ୍ରେମ ଡୋରେ ବାନ୍ଧି ହୁଏ

ସେ ପରିବାର ବୋଲାଏ

ସ୍ନେହ କରୁଣାର ଛୋଟିଆ ସଂସାର

ଦିକିଦିକି ହସୁଥାଏ।।


ଫୁଟିଲା ଫୁଲର ପାଖୁଡ଼ା ଯେମିତି

 ଚଉଦିଗେ ପ୍ରସାରିତ 

ବାଣ୍ଟି ଦେଉଥାଏ ସୁରଭି ତାହାର

ପବନରେ ଗାଇ ଗୀତ

ହସୁଥାଏ ଅବିଶ୍ରାନ୍ତ

ପରିବାର ଆମ ସେମିତି ଅଟଇ

ସବୁଦିନ ଏଠି ଯାତ।।


ଜେଜେ ବାପା ମୋ'ର ଚଳନ୍ତି ଠାକୁର

ଜେଜେ ମାଆ ଠାକୁରାଣୀ

ଦାଦା କେବେ ମତେ ନିଅନ୍ତି କୋଳେଇ

ଖୁଡ଼ୀ ଶୁଣାନ୍ତି କାହାଣୀ।।

ପିଉସୀ ମାଆର ବାଣୀ

ଜୀବନ ଗଠନେ ହୁଏ ସହାୟକ

ମାଆ ମୋ ବିରଜା ରାଣୀ।।


ସଭିଙ୍କ ଅଟଇ ଏକୋଇରବଳା

ହୃଦୟ ଚନ୍ଦନ ମୁହିଁ

ରଙ୍କୁଣା ଅଟଇ ଗେଲ ମୁଁ ଖୋଜଇ

ସତ ପଥେ ଚାଲୁଥାଇ

ମିଥ୍ୟା ପାପ ବୋଲି କହି

କେତେ ଶିକ୍ଷା ଦ୍ୟନ୍ତି ଗୁରୁଜନ ଯେତେ

ଭୁଲି କି ପାରିବି ମୁହିଁ।।


ପର ଦୁଃଖେ ଦୁଃଖି ହେବାପାଇଁ ନିତି

ମୋ ଜେଜେ ଶିଖାନ୍ତି ମତେ

ଦୁଃଖି ରଙ୍କି ସେବା ପରମ ଆନନ୍ଦ

ସଦଗୁଣ ଶିଖେ ନିତ୍ୟେ।।

ବାଧା ଆସୁ ପଛେ ଯେତେ

ପରିବାରେ ସ୍ନେହ ସରାଗ ରହିଲେ

ବୈକୁଣ୍ଠ ଓହ୍ଲାଏ ମର୍ତ୍ତ୍ୟ।।



Rate this content
Log in