ପ୍ରୀତିର ଗଣ୍ଡୁଷ ତୀରେ
ପ୍ରୀତିର ଗଣ୍ଡୁଷ ତୀରେ
1 min
137
ପ୍ରୀତିର ଗଣ୍ଡୁଷ ତୀରେ ମୁଁ
ପ୍ରତୀକ୍ଷା ରତ
କାହିଁଗଲ ପ୍ରିୟେ ମୋହର
ଆସ ତୁରିତ।।
ପ୍ରତିଶ୍ରୁତି ଥିଲା କାଲି ଗୋ
ଆସିବ ପାଶେ
ଆଜ କିଆଁ ଏତେ ବିଳମ୍ବ
ମୋ ମନ ଚିନ୍ତେ।।
ପ୍ରେମ ମାସ ପ୍ରେମ ବିହୁନେ
ଘାରୁଛି ମନ
ମୋ ପ୍ରାଣ ବହ୍ଲବୀବହ୍ଲବୀ ଆସଗୋ
ହୃଦ ସଦନ।।
ସମୟ ସଧିରେ ବାହୁଡେ
ପରାଣ ଝୁରେ
କଥା ଦେଇ କଣ୍ଟ ଦେଉଛ
ସୁଖ ମୋ ସରେ।।
ଦେଖ ଏ ନୟନୁ ପ୍ରବହେ
ପ୍ରୀତିର ଝର
ଦେହ ମୋ ଅବଶ କଲାଣି
ଏ ପ୍ରୀତି ଜ୍ଜ୍ବର।।
ମହୌଷଧି ପ୍ରିୟା ମୋ ପାଇଁ
ତୁମରି ଛୁଆଁ
ପାଇନାହିଁ ବୋଲି ଏଯାଏଁ
ଦେହରେ ନିଆଁ।।
ଛଳ ନାହିଁ ଆଉ ପ୍ରିୟେ ଗୋ
ଆସ ମୋ ପାଶ
ତୁମରି ବାହୁରେ ଭରି ମୋ
କଟୁ ଆୟୁଷ।।
