STORYMIRROR

SOUDAGAR BISWAL

Others

3  

SOUDAGAR BISWAL

Others

ପ୍ରୀତିର ଗଣ୍ଡୁଷ ତୀରେ

ପ୍ରୀତିର ଗଣ୍ଡୁଷ ତୀରେ

1 min
141

ପ୍ରୀତିର ଗଣ୍ଡୁଷ ତୀରେ ମୁଁ

ପ୍ରତୀକ୍ଷା ରତ

କାହିଁଗଲ ପ୍ରିୟେ ମୋହର

ଆସ ତୁରିତ।।


ପ୍ରତିଶ୍ରୁତି ଥିଲା କାଲି ଗୋ 

ଆସିବ ପାଶେ

ଆଜ କିଆଁ ଏତେ ବିଳମ୍ବ

ମୋ ମନ ଚିନ୍ତେ।।


ପ୍ରେମ ମାସ ପ୍ରେମ ବିହୁନେ

ଘାରୁଛି ମନ

ମୋ ପ୍ରାଣ ବହ୍ଲବୀବହ୍ଲବୀ ଆସଗୋ

ହୃଦ ସଦନ।।


ସମୟ ସଧିରେ ବାହୁଡେ

ପରାଣ ଝୁରେ

କଥା ଦେଇ କଣ୍ଟ ଦେଉଛ

ସୁଖ ମୋ ସରେ।।


ଦେଖ ଏ ନୟନୁ ପ୍ରବହେ

ପ୍ରୀତିର ଝର

ଦେହ ମୋ ଅବଶ କଲାଣି

ଏ ପ୍ରୀତି ଜ୍ଜ୍ବର।।


ମହୌଷଧି ପ୍ରିୟା ମୋ ପାଇଁ

ତୁମରି ଛୁଆଁ

ପାଇନାହିଁ ବୋଲି ଏଯାଏଁ

ଦେହରେ ନିଆଁ।।


ଛଳ ନାହିଁ ଆଉ ପ୍ରିୟେ ଗୋ

ଆସ ମୋ ପାଶ

ତୁମରି ବାହୁରେ ଭରି ମୋ

କଟୁ ଆୟୁଷ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍