STORYMIRROR

SOUDAGAR BISWAL

Others

4  

SOUDAGAR BISWAL

Others

ଯାତ୍ରା

ଯାତ୍ରା

1 min
339

ଜୀବନ ଯମୁନା କୂଳେ ଭାଗ୍ୟ ଖେଳେ

ଛାଇ ଆଲୁଅର ଖେଳ

କେବେ ମେଲେ ଏଠି ହସର ପସରା

କେବେ ଏଠି ଦୁଃଖ ମେଳ।


କେବେ ଲାଗିଥାଏ ମେଳା ମହୋତ୍ସବ

କେବେ ପୁଣି ବ‌ସେ ହାଟ

ହାଟ ସରିଗଲେ ବାହୁଡିବେ ସବୁ

ଫିଟିବ ସରଗ ବାଟ।


ନୂଆ ପଥେ ଆମ ଯାତରା ହୋଇବ

ଶେଷଯାତ୍ରା ପରା ଏହି 

ସେ ଯାତ ବେଳେ ଘେରି ଥିବେ ତତେ

ସାଥିରେ କେ ଯିବେ ନାହିଁ।


 ଏକାଦଶାହ ରେ ସରିବ ଏ ଯାତ

ହିନ୍ଦୁ ପରମ୍ପରା କହେ

ଏ ଯାତରେ ଲୋଡ଼ା ଚାରିଗୋଟି କାନ୍ଧ

ହରିବୋଲ ଓଠେ ଥାଏ।


 ଯାତ ଅନ୍ତେ ସବୁ ବାହୁଡି ଯାଆନ୍ତି

ଯିଏ ଯେଝା ଯେଝା ଥାନେ

ଚିହ୍ନ ବର୍ଣ୍ଣ ସବୁ ନିଶ୍ଚିହ୍ନ ହୁଅଇ

ନରେ ବ୍ୟସ୍ତ ନିନ୍ଦା ଗାନେ।


 କିଏ କହେ ଗଲା ବଢିଆ ହୋଇଛି

କଳଙ୍କ ଲିଭିଛି ଆଜି 

ଭଲଗୁଣ କେହି ବଖାଣନ୍ତି ନାହିଁ

ସ୍ବେର୍ଗେ ଚକ୍ଷୁ ଯାଏ ଭିଜି।


 ଦିନ କେଇଟାର ବ୍ୟବଧାନ ପରେ

ସବୁ ତତେ ପାଶୋରନ୍ତି

ଶେଷ ଯାତ୍ରାର ଏ ନିଷ୍ଠୁର ସତ୍ୟତା

ବିଭୁତି ସେ ରଚିଛନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍